ETV Bharat / bharat

24 ଘଣ୍ଟାରେ 5 ସିଆଇଏସଏଫ ଯବାନ କୋରୋନା ଆକ୍ରାନ୍ତ, ମୋଟ 116 - ସିଆଇଏସଏଫ ଯବାନ କୋରୋନା ଆକ୍ରାନ୍ତ

24 ଘଣ୍ଟାରେ 5 ସିଆଇଏସଏଫ ଯବାନ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଏନେଇ ରବିବାର ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି ସିଆଏସଏଫ ।

cisf corona positive
24 ଘଣ୍ଟାରେ 5 ସିଆଇଏସଏଫ ଯବାନ କୋରୋନା ଆକ୍ରାନ୍ତ
author img

By

Published : May 17, 2020, 2:36 PM IST

ନୂଆଦିଲ୍ଲୀ: 24 ଘଣ୍ଟାରେ 5 ସିଆଇଏସଏଫ ଯବାନ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଏନେଇ ରବିବାର ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି ସିଆଏସଏଫ । 5 ସିଆଇଏସଏଫ ଯବାନ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ ଦିଲ୍ଲୀ ମେଟ୍ରୋ ରେଲୱେ କର୍ପୋରେସନ ଅଧିକାରୀ ଥିବାବେଳେ ଜଣେ ଦିଲ୍ଲୀର ସିଜିବିଏସ କାର୍ଯ୍ୟରତ ଥିବା ଜଣାପଡିଛି ।

ଏହାକୁ ମିଶାଇ ସମଗ୍ର ଦେଶରେ ବର୍ତ୍ତମାନ ସୁଦ୍ଧା 116 ସିଆଇଏସଏଫ ଯବାନ କୋରୋନା ଆକ୍ରାନ୍ତ ଥିବା ବେଳେ 7 ଜଣ ଯବାନ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।

ପ୍ରକାଶ ଥାଉକି, ଭାରତରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 90,927 ପହଞ୍ଚିଥିବା ରବିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 53,946 ଜଣ ଆକ୍ରାନ୍ତ ଆକ୍ଟିଭ ଥିବାବେଳେ 34109 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ବର୍ତ୍ତମାନ ସୁଦ୍ଧା ଦେଶରେ 2872 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.