ETV Bharat / bharat

ଟିଲ୍ଲର ଡ୍ୟାମରେ ଡଙ୍ଗା ବୁଡି ଚାଲିଗଲା ଗୋଟିଏ ପରିବାରର 5 ଜୀବନ

କାନଡ ଥାନା ଅନ୍ତର୍ଗତ ଲାଖା ଖେଡି ସ୍ଥିତ ଟିଲ୍ଲର ଡ୍ୟାମରେ ବଡ ଦୁର୍ଘଟଣା । ଡ୍ୟାମରେ ଡଙ୍ଗା ବୁଡି ଗୋଟିଏ ପରିବାରର 5 ସଦସ୍ୟଙ୍କ ଜୀବନ ଚାଲିଯାଇଛି । ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଅଧିକ ପଢନ୍ତୁ...

ଟିଲ୍ଲର ଡ୍ୟାମରେ ଡଙ୍ଗା ବୁଡି ଚାଲିଗଲା ଗୋଟିଏ ପରିବାରର 5 ଜବନ

author img

By

Published : Dec 2, 2020, 9:48 PM IST

Updated : Dec 2, 2020, 10:26 PM IST

ଭୋପାଳ: ଅଗର ମାଲୱା କାନଡ ଥାନା ଅନ୍ତର୍ଗତ ଲାଖା ଖେଡି ସ୍ଥିତ ଟିଲ୍ଲର ଡ୍ୟାମରେ ବଡ ଦୁର୍ଘଟଣା । ଡ୍ୟାମରେ ଡଙ୍ଗା ବୁଡି ଗୋଟିଏ ପରିବାରର 5 ସଦସ୍ୟଙ୍କ ଜୀବନ ଚାଲିଯାଇଛି । ଗ୍ରାମବାସୀ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିବା ପରେ ବହୁ କଷ୍ଟରେ ମୃତଦେହ ଉଦ୍ଧାର କରିଛନ୍ତି । ଅନ୍ୟପକ୍ଷେ 3 ଜଣ ଏବେ ବି ନିଖୋଜ ରହିଛନ୍ତି ।

ସୂଚନା ଅନୁଯାୟୀ ଫତେପୁର ଗ୍ରାମ ପଞ୍ଚାୟତର ଲାଖା ଖେଡିରେ ଗୋଟିଏ ପରିବାରର ମହିଳାଙ୍କ ସମେତ କିଛି ମହିଳା ଓ ଛୋଟ ପିଲା ପାଖ ଗାଁ ପଚେଟୀରେ ଆୟୋଜିତ ଗୋଟିଏ ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ । ତେବେ ସେଠାରୁ ଫେରିବା ସମୟରେ ନଦୀରେ ଡଙ୍ଗା ଓଲଟି ପଡିଥିଲା ।

ଘଟଣାରେ 3 ଶିଶୁ ଓ 2 ମହିଳା ପାଣିରେ ବୁଡି ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷେ ଏବି ବି 3 ଜଣ ନିଖୋଜ ଥିବା ବେଳେ ସେମାନଙ୍କୁ ଖୋଜିବା ଜାରି ରଖିଛି ପୋଲିସ । ସେପଟେ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଏହାସହ ମୃତକଙ୍କ ପରିବାରକୁ 4 ଲକ୍ଷଟଙ୍କା ଅନୁକମ୍ପା ରାଶି ଓ ଅନ୍ତିମ ସଂସ୍କାର ପାଇଁ 5000 ହଜାର ଟଙ୍କା ଅର୍ଥ ଦେବାକୁ କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 2, 2020, 10:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.