ETV Bharat / bharat

ଅଗଷ୍ଟ 15 ପରେ ଜମ୍ମୁ କାଶ୍ମୀରରେ 4G ଇଣ୍ଟରନେଟ ସେବା: କେନ୍ଦ୍ର - 4G ଇଣ୍ଟରନେଟ ସେବା

ଅଗଷ୍ଟ 15 ପରେ ସ୍ଥିତି ଦେଖି 4G ସେବା ଚାଲୁ କରିବାକୁ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

4g internet service
4g internet service
author img

By

Published : Aug 12, 2020, 6:36 AM IST

Updated : Aug 12, 2020, 6:46 AM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ 4G ଇଣ୍ଟରନେଟ ସେବାକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଯେଉଁଥିରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରି ଅଗଷ୍ଟ 15 ପରେ କିଛି ଅଞ୍ଚଳରେ 4G ସେବା ପୁନଃ ଚାଲୁ କରିବାକୁ ଦର୍ଶାଇଛନ୍ତି ।

ସତ୍ଯପାଠରେ ସରକାର ଦର୍ଶାଇଛନ୍ତି ଯେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରି ଅଗଷ୍ଟ 15 ପରେ କିଛି ଅଞ୍ଚଳରେ 4G ସେବା ଆରମ୍ଭ କରାଯିବ । ପ୍ରଥମେ ପରୀକ୍ଷା ମୂଳକ ଭାବେ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସେବା ଆରମ୍ଭ ହେବ । ପୁଣି 2 ମାସ ପରେ ସ୍ଥିତି ସମୀକ୍ଷା କରି ବୃଦ୍ଧି କରାଯିବ ବୋଲି କେନ୍ଦ୍ର ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

ବର୍ତ୍ତମାନ ଘାଟି ଅଞ୍ଚଳ ସମେତ LOC ଅଞ୍ଚଳରେ 4G ସେବା ଉପଲବ୍ଧ ହେଉନାହିଁ । ସ୍ଥାନୀୟ ଲୋକ ଇଣ୍ଟରନେଟ ପାଇଁ ବାରମ୍ବାର ଦାବି କରୁଥିଲେ ମଧ୍ୟ ସରକାର ସୁରକ୍ଷା ସ୍ଥିତି ଦେଖି ଏହାକୁ ଅଗ୍ରାହ୍ୟ କରିଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 12, 2020, 6:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.