ETV Bharat / bharat

ଆୟକର ବିଭାଗ କହି ଲୁଟି ନେଲେ 48 ଲକ୍ଷ ଟଙ୍କା - ନୂଆଦିଲ୍ଲୀ

ଦିଲ୍ଲୀରେ ମାତିଛନ୍ତି ଲୁଟେରା। ନିଜକୁ ଆୟକର ବିଭାଗ ଅଧିକାରୀ କହି ଜଣେ ଦମ୍ପତ୍ତିଙ୍କ ଘରୁ ଲୁଟି ନେଲେ 48 ଲକ୍ଷ ଟଙ୍କା। ରାଜୌରୀ ଗାର୍ଡେନ ଥାନାରେ ମାମଲା ରୁଜୁ ପୋଲିସର ତଦନ୍ତ ଜାରି।

ପ୍ରତିକାତ୍ମକ ଫଟୋ
author img

By

Published : Apr 12, 2019, 3:10 PM IST

ନୂଆଦିଲ୍ଲୀ: ମାତିଛନ୍ତି ଲୁଟେରା। ଆଉ ଲୁଟିନେଉଛନ୍ତି ଅନେକ ଟଙ୍କା ସହ ସୂନା ଗହଣା। ଏଭଳି ଘଟଣା ଘଟିଛି ଦିଲ୍ଲୀର ଟାଗୋର ଗାର୍ଡେନ ଅଞ୍ଚଳରେ। ନିଜକୁ ଆୟକର ବିଭାଗ ଅଧିକାରୀ କହି ଲୁଟିନେଲେ 48 ଲକ୍ଷ ଟଙ୍କା।

ସୂଚନାନୂଯାୟୀ, ଇନ୍ଦ୍ରବୀର ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଟାଗୋର ଗାର୍ଡେନରେ ରୁହନ୍ତି । ଉଭୟ ଗୋଟିଏ କମ୍ପାନୀରେ କାର୍ଯ କରନ୍ତି। ତେବେ 4 ଜଣ ଦୁର୍ବୁତ୍ତ ଏକ କାରରେ ଆସି ନିଜେ ଆୟକର ବିଭାଗର ଅଧିକାରୀ ବୋଲି କହିଥିଲେ। ଏହାସହ ଏକ କାଗଜରେ ଦମ୍ପତ୍ତିଙ୍କ ଦସ୍ତଖତ କରାଇ ସେମାନଙ୍କର ଡ୍ୟୁପ୍ଲିକେଟ ଆଇଡି ପ୍ରୁଫ ଦେଖାଇଥିଲେ। ତାଙ୍କର ଅଧିକ ସମ୍ପତ୍ତି ଥିବାରୁ ସେନେଇ ଚଢାଉ ହେବ ବୋଲି କହିଥିଲେ। ଏହାଦ୍ବାରା ଘରେ ଥିବା 48 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଇଥିଲେ ।

ତେବେ ସନ୍ଧ୍ୟା ସୁଦ୍ଧା କୌଣସି ଫୋନ କିମ୍ବା ଖବର ନଆସିବା ନେଇ ଦମ୍ପତ୍ତି ଥାନାରେ ଖବର ଦେଇଥିଲେ। ଏହାପରେ ରାଜୌରୀ ଗାର୍ଡେନ ଥାନାରେ ମାମଲା ରୁଜୁ କରିଛି ପୋଲିସ। ଘଟଣାରେ ପୋଲିସ ଇନ୍ଦ୍ରବୀରଙ୍କ ଘରେ ସାମ୍ନାରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ।

Intro:Body:

gffg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.