ହାଇଦ୍ରାବାଦ: ତେଲେଙ୍ଗାନା ରାଜଭବନକୁ ବ୍ୟାପିଲା କୋରୋନା । 28 ପୋଲିସ କର୍ମଚାରୀଙ୍କ ସମେତ 48 କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ରାଜଭବନର 10 ଜଣ କର୍ମଚାରୀଙ୍କ ସମେତ ସେମାନଙ୍କ ପରିବାର ସଦସ୍ୟ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ସେମାନଙ୍କୁ ସରକାରୀ ହସପିଟାଲରେ ଭର୍ତ୍ତି କରାଯିବା ସହ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଆଇସୋଲେସନକୁ ପଠାଯାଇଛି ।
ରାଜଭବନର କର୍ମଚାରୀ କୋରୋନା ପଜେଟିଭ ଚିହ୍ନଟ ହେବା ପରେ ରାଜ୍ୟପାଳ ତାମିଲିସାଇ ସୌନ୍ଦରରଞ୍ଜନଙ୍କ ମଧ୍ୟ କୋଭିଡ ପରୀକ୍ଷା କରାଯାଇଥିଲା । ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । ରେଡ ଜୋନରେ ଥିବା ଲୋକଙ୍କୁ ସଂକ୍ରମଣ ବ୍ୟାପିବା ପୂର୍ବରୁ କୋରୋନା ଟେଷ୍ଟ କରିବା ପାଇଁ ନିବେଦନ କରିଛନ୍ତି ରାଜ୍ୟପାଳ ।
ସୌଜନ୍ୟ @ IANS