ETV Bharat / bharat

24 ଘଣ୍ଟାରେ ଦେଶରେ ସରିଛି 4,63,172 କୋରୋନା ଟେଷ୍ଟ: ICMR

author img

By

Published : Aug 2, 2020, 12:54 PM IST

ଆସିଏମଆର ପକ୍ଷରୁ ଦେଶରେ କରାଯାଉଥିବା ସମସ୍ତ ପଞ୍ଜିକୃତ ଓ ଅଣପଞ୍ଜିକୃତ କୋରୋନା ଟେଷ୍ଟ ବର୍ତ୍ତମାନ 2 କୋଟି ଛୁଇଁବ । ଅଧିକ ପଢନ୍ତୁ...

24 ଘଣ୍ଟାରେ ଦେଶରେ ସରିଛି 4,63,172 କୋରୋନା ଟେଷ୍ଟ: ICMR
24 ଘଣ୍ଟାରେ ଦେଶରେ ସରିଛି 4,63,172 କୋରୋନା ଟେଷ୍ଟ: ICMR

ନୂଆଦିଲ୍ଲୀ: ସମଗ୍ର ବିଶ୍ବକୁ ନିଜ କବଜାରେ ନେଇଛି ମହାମାରୀ କୋରୋନା ଭାଇରସ । ଏଥିରେ ଗଲାଣି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ । ସେଥିମଧ୍ୟରୁ ସର୍ବାଧିକ ପ୍ରଭାବିତ ଦେଶ ମଧ୍ୟରୁ ପ୍ରଥମ ଓ ଦ୍ବିତୀୟରେ ଆମେରିକା, ବ୍ରାଜିଲ ଥିବାବେଳେ, ଏବେ ତୃତୀୟ ସ୍ଥାନରେ ଭାରତ ରହିଛି । ଦେଶରେ ପ୍ରତ୍ୟେକ ଦିନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଆଉ ଏହାକୁ ଅକ୍ତିଆରକୁ ଆଣିବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିରନ୍ତର ଟେଷ୍ଟ ଜାରି ରହିଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ( ଆସିଏମଆର) ରିପୋର୍ଟ ମୁତବାକ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 4 ଲକ୍ଷ 63 ହଜାର 172ଟି କୋରୋନା ସାମ୍ପଲ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ଅଗଷ୍ଟ 1 ସୁଦ୍ଧା 1 କୋଟି 98 ଲକ୍ଷ 21 ହଜାର 831 ଟି ଟେଷ୍ଟ କରାଯାଇଛି । ଯାହା ଅନ୍ୟ ଦେଶ ତୁଳନାରେ ବେଶ ଅଧିକ ରହିଛି ।

ତେବେ ଏହି ପ୍ରରିପେକ୍ଷୀରେ ଦେଶରେ 17 ଲକ୍ଷ ପାର କରିଛି କୋରୋନା ସଂକ୍ରମଣ ସଂଖ୍ୟା ଯେଉଁଥିରେ ବର୍ତ୍ତମାନ ସୁଦ୍ଧା 37 ହଜାର 364 ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ 11 ଲକ୍ଷ 45 ହଜାର 630 ଜଣ ସୁସ୍ଥ ହୋଇଥିବାବେଳେ, ମୋଟ 5 ଲକ୍ଷ 67 ହଜାର 730 ଜଣ ଚିକିତ୍ସାଧୀନ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.