ETV Bharat / bharat

ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା: ମହାରାଷ୍ଟ୍ରରେ 11, ଦେଶରେ 66କୁ ବୃଦ୍ଧି - maharastra corona suspect 11

ଗତ ବୁଧବାର ନାଗପୁରରେ ଜଣେ 45 ବର୍ଷୀୟ ବ୍ୟକ୍ତିଙ୍କ ରକ୍ତନମୁନା ପଜେଟିଭ ଆସିଛି । ଯାହାଦ୍ବାରା ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 11କୁ ବୃଦ୍ଧି ପାଇଛି ।

maharastra corona virous
ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା: ମହାରାଷ୍ଟ୍ରରେ 11
author img

By

Published : Mar 12, 2020, 9:24 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ବଢିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ବୁଧବାର ନାଗପୁରରେ ଜଣେ 45 ବର୍ଷୀୟ ବ୍ୟକ୍ତିଙ୍କ ରକ୍ତନମୁନା ପଜେଟିଭ ଆସିଛି । ଯାହାଦ୍ବାରା ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 11କୁ ବୃଦ୍ଧି ପାଇଛି । ଏହା ଦ୍ବାରା ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 66କୁ ବୃଦ୍ଧି ପାଇଛି ।

ତେବେ ମହାରାଷ୍ଟ୍ରରେ ଥିବା 11 କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ମୁମ୍ବାଇରେ 2 ଜଣ, ପୁନେରେ 8 ଜଣ ଏବଂ ନାଗପୁରର 1 ଥିବା ଜଣାପଡିଛି ।

ପ୍ରକାଶ ଥାଉକି, ରାଜସ୍ଥାନରେ ସର୍ବାଧିକ 18ଟି କୋରୋନା ପଜିଟିଭ କେସ ଚିହ୍ନଟ କରାଯାଇଥିବାବେଳେ କେରଳରେ 14ଟି, ଉତ୍ତର ପ୍ରଦେଶରେ 8ଟି, ମହାରାଷ୍ଟ୍ରରେ 7ଟି ମାମଲା ଓ କର୍ଣ୍ଣାଟକରେ 6ଟି ମାମଲା ଚିହ୍ନଟ ହୋଇଛି । ସେହିପରି ଦିଲ୍ଲୀରେ 3ଟି, ପଞ୍ଜାବ ଓ ଲଦାଖରେ 2ଟି ଲେଖାଏଁ ରୋଗୀ ଚିହ୍ନଟ କରାଯାଇଛି । ଅନ୍ୟପକ୍ଷରେ ଜମ୍ମୁକାଶ୍ମୀର, ହରିୟାଣା, ତେଲେଙ୍ଗାନା, ତାମିଲନାଡୁରେ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ରୋଗୀ ରହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.