ETV Bharat / bharat

କୋରୋନା ଅପଡେଟ: ଗୋଟିଏ ଦିନରେ 44059 ଆକ୍ରାନ୍ତ ଚିହ୍ନଟ, 511 ମୃତ - କୋରୋନା ଅପଡେଟ

ଥଣ୍ଡା ସାଙ୍ଗକୁ ବଢୁଛି ସଂକ୍ରମଣ । ସତର୍କ ରହିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତୁହାକୁ ତୁହା ଜାରି ହେଉଛି ଆଲର୍ଟ । ଏନେଇ ଅନେକ ରାଜ୍ୟରେ ଆରମ୍ଭ ହୋଇଛି ନାଇଟ କର୍ଫ୍ୟୁ । ଅଧିକ ପଢନ୍ତୁ...

କୋରୋନା ଅପଡେଟ: ଗୋଟିଏ ଦିନରେ 44,059 ଆକ୍ରାନ୍ତ ଚିହ୍ନଟ, 511 ମୃତ

author img

By

Published : Nov 23, 2020, 10:10 AM IST

ନୂଆଦିଲ୍ଲୀ: ଦେଶରେ 91 ଲକ୍ଷ ପାର କରିଛି କୋରୋନା ସଂକ୍ରମଣ ସଂଖ୍ୟା । ଗତ କିଛି ଦିନ ପୂର୍ବେ ଏହି ସଂଖ୍ୟାରେ କ୍ରମାଗତ ହ୍ରାସ ପାଉଥିବାବେଳେ, ଏବେ ଶୀତ ବୃଦ୍ଧି ସହ ଏହା ବଢିବାରେ ଲାଗିଛି। ଯାହାକୁ ନେଇ ଦୈନିକ 40 ହଜାର ଉପରେ ସଂକ୍ରମଣ ସଂଖ୍ୟା ରିପୋର୍ଟ ହେଉଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 44 ହଜାର 059ଟି ପଜିଟିଭ ରିପୋର୍ଟ ହୋଇଛି । ଯେଉଁଥିରେ 511 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ସଂକ୍ରମଣ ସଂଖ୍ୟା 91 ଲକ୍ଷ 39 ହଜାର 866ରେ ପହଞ୍ଚିଛି । ମୋଟ 1 ଲକ୍ଷ 33 ହଜାର 738 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ସେହିପରି ମୋଟ ସଂକ୍ରମିତଙ୍କ ମଧ୍ୟରୁ 85 ଲକ୍ଷ 62 ହଜାର 642 ଜଣ ସୁସ୍ଥ ହୋଇଥିବାବେଳେ, ମୋଟ 4 ଲକ୍ଷ 43 ହଜାର 486 ଜଣ ସଂକ୍ରମିତ ବିଭିନ୍ନ କୋଭିଡ କେୟାରରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପଟେ ଦେଶର ମହାରାଷଟ୍ରରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ, ଦିଲ୍ଲୀରେ ସର୍ବାଧିକ କୋରୋନା ଜନିତ ମୃତ୍ୟୁ ଘଟୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.