ଅମରାବତୀ: କୋରୋନା ଭଳି ମହାସଙ୍କଟ ମଧ୍ୟରେ ଦେଶବାସୀ ଏକଜୁଟ ହୋଇ ଲଢେଇ ଜାରି ରଖିଛନ୍ତି । କର୍ପୋରେଟ ସେକ୍ଟରରୁ ଆରମ୍ଭ କରି କଳାକାର ସମସ୍ତେ ସହାୟତାର ହାତ ବଢାଉଛନ୍ତି । ଦିବ୍ୟାଙ୍ଗଙ୍କ ଠାରୁ ଆରମ୍ଭ କରି ଦିନମଜୁରିଆ ସମସ୍ତେ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ସହଯୋଗ ରାଶି ଦେଶ ପାଇଁ ଯୋଡୁଛନ୍ତି । ହେଲେ ଏପରି ଏକ ଘଟଣା କୋରୋନା ଯୁଦ୍ଧରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ଓ ଏକ ସେବା ମନୋଭାବର ବଳିଷ୍ଠ ଉଦାହରଣକୁ ସାମ୍ନାକୁ ଆଣିଛି । ସାଇକେଲ କିଣିବା ପାଇଁ ରଖିଥିବା ସଞ୍ଚିତ ଅର୍ଥକୁ କୋରୋନା ମୁକାବିଲା ପାଇଁ ଦାନ କରିଛନ୍ତି 4ବର୍ଷର କୁନି ବାଳକ ।
ସୂଚନାନୁସାରେ, ଆନ୍ଧ୍ରପ୍ରଦେଶର ବିଜୟୱାଡାର ଜଣେ 4 ବର୍ଷର ବାଳକ ମଙ୍ଗଳବାର କୋରୋନାଭାଇରସ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ 971 ଟଙ୍କା ପ୍ରଦାନ କରିଛନ୍ତି ।
ମଙ୍ଗଳବାର ନିଜ ମାତାପିତାଙ୍କ ସହ ହେମାନଥ ସାଇକେଲ କିଣିବା ପାଇଁ ସଞ୍ଚୟ କରିଥଇବା ଟଙ୍କା YSRCP କାର୍ଯ୍ୟାଳୟରେ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପର୍ନି ଭେଙ୍କଟ୍ରାମାୟାଙ୍କୁ ପ୍ରଦାନ କରିଥିଲେ ।
ଶ୍ରୀ ଭେଙ୍କଟ୍ରାମାୟା ଶିଶୁର ପ୍ରଶଂସା କରିଥିଲେ ଏବଂ ନିଶ୍ଚିତ କରିଥିଲେ ଯେ, ସେ ଶୀଘ୍ର ତାଙ୍କୁ ସାଇକେଲ ଉପହାର ଦେବେ ।
ସୂଚନାଯୋଗ୍ୟ ଯେ, ଭାରତରେ ମୋଟ କୋରୋନା ପଜିଟିଭ ମାମଲା 4,421କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି । ମୋଟ ମୃତ୍ୟୁ 117ରେ ପହଞ୍ଚିଛି । ଆନ୍ଧ୍ରପ୍ରଦେଶରେ ଏପର୍ଯ୍ୟନ୍ତ 304ଜଣ କୋରୋନା ପଜିଟିଭ ରହିଛନ୍ତି ।
@ANI