ଭୋପାଳ : ମଧ୍ୟପ୍ରଦେଶର ସାଝାପୁରରେ କୂଅ କାନ୍ଥ ଭୁଶୁଡି 4 ଶ୍ରମିକଙ୍କ ମୃତ୍ୟୁ । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଶ୍ରମିକମାନେ ଖୋଳୁଥିବା କୂଅର କାନ୍ଥ ଭୁଶୁଡି ପଡିଥିଲା । ଫଳରେ ସେମାନେ କୂଅ ଭିତରେ ଚାପି ହୋଇ ରହିଯାଇଥିଲେ । ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ, କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ ଆରମ୍ଭ କରିଛି ପୋଲିସ ।
ସୌଜନ୍ୟ @ANI