ETV Bharat / bharat

ଲକ୍ଷଣବିହୀନ କୋରୋନା ସଂକ୍ରମଣ ! - କୋରୋନା ଭାଇରସ ଅପଡେଟ

କୋରୋନା ଭାଇରସ ନେଇ ଚୀନ୍ ପକ୍ଷରୁ ଆସିଛି ଏକ ଚମକାଇଦେଲା ଭଳି ତଥ୍ୟ । ସର୍ବାଧିକ କୋରୋନା ସଂକ୍ରମିତଙ୍କ ଶରୀରରେ ରୋଗର ଲକ୍ଷଣ କ୍ବଚିତ ଦେଖିବାକୁ ମିଳେ । ସାପ୍ତାହିକ ଦି ବ୍ରିଟିଶ ମେଡିକାଲ ଜର୍ନାଲରେ ଏକ ରିପୋର୍ଟରେ ପ୍ରକାଶିତ ହୋଇଛି । ଅଧିକ ପଢନ୍ତୁ...

no-symptoms-of-covid19-infection
ଲକ୍ଷଣବିହୀନ କୋରୋନା ସଂକ୍ରମଣ !
author img

By

Published : Apr 5, 2020, 10:22 AM IST

କୋରୋନା ଭାଇରସ ନେଇ ଚୀନ୍ ପକ୍ଷରୁ ଆସିଛି ଏକ ଚମକାଇଦେଲା ଭଳି ତଥ୍ୟ । ସର୍ବାଧିକ କୋରୋନା ସଂକ୍ରମିତଙ୍କ ଶରୀରରେ ରୋଗର ଲକ୍ଷଣ କ୍ବଚିତ ଦେଖିବାକୁ ମିଳେ । ସାପ୍ତାହିକ ଦି ବ୍ରିଟିଶ ମେଡିକାଲ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଛି ଯେ ପ୍ରତି ୫ କୋରୋନା ସଂକ୍ରମିତଙ୍କ ମଧ୍ୟରୁ ୪ ଜଣଙ୍କଠାରେ କୌଣସି ଅସୁସ୍ଥତା ଦେଖାଯାଇ ନ ଥାଏ । କୋରୋନା ଭାଇରସର ଲକ୍ଷଣ ବିହୀନତା ହିଁ ଏହାର ବ୍ୟାପକ ସଂକ୍ରମଣର ମୂଳ କାରଣ ବୋଲି ଅନେକ ବିଶେଷଜ୍ଞ ଓ ଗବେଷକ ବିଶ୍ବାସ କରନ୍ତି ।

ଏପ୍ରିଲ ପହିଲାରେ ଚୀନରେ ରେକର୍ଡ କରାଯାଇଥିବା ୧୬୬ ମାମଲାରୁ ୧୩୦ଟିରେ ସଂକ୍ରମିତଙ୍କଠାରେ କୌଣସି ଲକ୍ଷଣ ନ ଥିଲା । ଚୀନର ଜାତୀୟ ସ୍ବାସ୍ଥ୍ୟ କମିଶନ ଏହି ସୂଚନା ଦେଇଛନ୍ତି । ଏଣେ ଚୀନ୍ ପୁଣି ଯାତ୍ରା କଟକଣା ଜାରି କରି ବିଦେଶରୁ ଫେରୁଥିବା ନିଜ ନାଗରିକଙ୍କ ପାଇଁ ଟେଷ୍ଟିଂ ଆରମ୍ଭ କରିଛି । ଦେଶରେ କୋରୋନା ମହାମାରୀ ଯେପରି ଆଗକୁ ନ ବ୍ୟାପିବ, ସେଥିପାଇଁ ଏହି ପଦକ୍ଷେପ ନେଇଛି ଚୀନ୍ ।

ତେବେ, ଅଧିକାଂଶ ସଂକ୍ରମିତଙ୍କଠାରେ କୋରୋନା ରୋଗର ଲକ୍ଷଣ ପ୍ରକାଶ ନ ପାଇବା ତଥ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମହାମାରୀ ବିଶେଷଜ୍ଞ ଟମ ଜେଫାରସନ୍ । କୋରୋନା ଭାଇରସ ନେଇ ଅଧିକ ଗବେଷଣାରେ ଏହା ସହାୟକ ହୋଇପାରିବ ବୋଲି ଜେଫାରସନ କହିଛନ୍ତି । ଯଦି ଏହା ସତ, ତାହା ହେଲେ ଆମେ କାହିଁକି ଲକ୍ ଡାଉନ୍ କରୁଛେ, ଏହି ପ୍ରଶ୍ନ ପଚରାଯାଇପାରିବ ବୋଲି କହିଛନ୍ତି ଜେଫାରସନ । ଏଣେ ଚୀନର ଅଗ୍ରଣୀ ଦୈନିକ ସାଉଥ ଚାଇନା ମଣ୍ଣିଂ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ଏ ଯାଏଁ ୪୩ ହଜାର ଲକ୍ଷଣ ବିହୀନ ସଂପର୍କ ସଂକ୍ରମଣ ସାମନାକୁ ଆସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.