ETV Bharat / bharat

ଆଉ 4 ଆଇଟିବିପି ଯବାନଙ୍କ କୋରୋନା ରିପୋର୍ଟ ପଜିଟିଭ - ITBP

ଗତ 24 ଘଣ୍ଟା ମଧ୍ୟରେ ଆଇଟିବିପିର ଆଉ ଚାରିଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଇଟିବିପି ରିପୋର୍ଟ ଅନୁଯାୟୀ, ମୋଟ ସଂକ୍ରମଣର 33ଟି ମାମଲା ସକ୍ରିୟ ଥିବା ବେଳେ ଏଯାବତ 195 ଜଣ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ଗତ 24 ଘଣ୍ଟାରେ ଆଉ 4 ଆଇଟିବିପି କର୍ମଚାରୀ କୋଭିଡ-19 ପଜିଟିଭ

author img

By

Published : Jun 15, 2020, 5:06 PM IST

ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ଅର୍ଦ୍ଧସାମରିକ ବଳର ଯବାନ କୋରୋନାରେ ଆକ୍ରାନ୍ତ ହେଉଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଆଇଟିବିପିର ଆଉ ଚାରିଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଆଇଟିବିପିର ରିପୋର୍ଟ ଅନୁଯାୟୀ, ମୋଟ ସଂକ୍ରମଣର 33ଟି ମାମଲା ସକ୍ରିୟ ଥିବା ବେଳେ ଏଯାବତ 195 ଜଣ ସୁସ୍ଥ ହୋଇଛନ୍ତି ।

ମୋଟ ସକ୍ରିୟ ମାମଲା ମଧ୍ୟରୁ 21 ଟି ମାମଲା ଦିଲ୍ଲୀରେ ଥିବାବେଳେ 12 ଟି ଅନ୍ୟାନ୍ୟ ସ୍ଥାନରେ ଅଛନ୍ତି ଏବଂ ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । କେନ୍ଦ୍ରସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଭାରତରେ ସର୍ବାଧିକ COVID-19 ନୂତନ ମାମଲା 11,929 ଟି ଚିହ୍ନଟ ହୋଇଥିବା ବେଳେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3,20,922 ରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.