ETV Bharat / bharat

2013 ଉତ୍ତରାଖଣ୍ଡ ବନ୍ୟାରେ ଥିଲେ ନିଖୋଜ, ଏବେ ମିଳିଲା 4 କଙ୍କାଳ !

author img

By

Published : Sep 20, 2020, 3:45 PM IST

ରବିବାର କେଦାରନାଥରେ ଉତ୍ତରାଖଣ୍ଡ ପୋଲିସ ଏବଂ ଏସଡିଆରଏଫ ମିଳିତ ସହଯୋଗରେ ଚାଲିଥିବା ସର୍ଚ୍ଚ ଅପରେସନରେ ଚାରୋଟି ମଣିଷ କଙ୍କାଳ ଉଦ୍ଧାର କରାଯାଇଛି ।

ସର୍ଚ୍ଚ ଅପରେସନରେ 4 ମଣିଷ କଙ୍କାଳ ଉଦ୍ଧାର
ସର୍ଚ୍ଚ ଅପରେସନରେ 4 ମଣିଷ କଙ୍କାଳ ଉଦ୍ଧାର

ଡେରାଡୁନ: 4 ମଣିଷ କଙ୍କାଳ ଉଦ୍ଧାର । ରବିବାର କେଦାରନାଥରେ ଉତ୍ତରାଖଣ୍ଡ ପୋଲିସ ଏବଂ ଏସଡିଆରଏଫ ମିଳିତ ସହଯୋଗରେ ଚାଲିଥିବା ସର୍ଚ୍ଚ ଅପରେସନରେ ଚାରୋଟି ମଣିଷ କଙ୍କାଳ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଗତ 2013 ମସିହାରେ କେଦାରନାଥରେ ଘଟିଥିବା ପ୍ରଳୟଙ୍କାରୀ ବନ୍ୟାରେ 4 ଜଣ ନିଖୋଜ ଥିଲେ । ରବିବାର 10 ଟି ସର୍ଚ୍ଚ ଟିମ୍ ଅପରେସନ କରୁଥିବାବେଳେ 4 ଜଣଙ୍କ କଙ୍କାଳ ଉଦ୍ଧାର କରାଯାଇଥିବା ଏସପି ରୁଦ୍ରପ୍ରୟାଗ ସୂଚନା ଦେଇଛନ୍ତି ।

ଏପଟେ କଙ୍କାଳଗୁଡିକୁ ଡିଏନଏ ଟେଷ୍ଟ ପାଇଁ ପଠାଯାଇଛି । ଡିଏନଏ ରିପୋର୍ଟ ଆସିବା ପରେ କଙ୍କାଳକୁ ମନ୍ଦାକିନି ଏବଂ ସୋନ ନଦୀରେ ଭସାଯିବ ।

ପ୍ରକାଶ ଥାଉକି, ଗତ 6 ବର୍ଷ ହେବ ସରକାରଙ୍କ ପକ୍ଷରୁ ବହୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଯେଉଁଥିରେ 600 କଙ୍କାଳ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ଚାଲିଥିବା ସର୍ଚ୍ଚ ଅପରେସନ ସେପ୍ଟେମ୍ବର 16-20 ପର୍ଯ୍ୟନ୍ତ ଚାଲିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.