ମୁମ୍ବାଇ: ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାରେ ଅଭାବନୀୟ ଘଟଣା । ପୋଖରୀରେ ବୁଡି ଗୋଟିଏ ପରିବାରର 4 ଭାଇ ମୃତ । ଅଳ୍ପକେ ବଞ୍ଚିଗଲେ ମାଉସୀ ପୁଅ ।
ମୃତକମାନେ ହେଲେ 9 ବର୍ଷୀୟ ନବାଜିସ ସାଲିମ ଅହମ୍ମଦ, 13 ବର୍ଷୀୟ ଦାନେଶ ସାଲିମ ଅହମ୍ମଦ, 12 ବର୍ଷୀୟ ଅରବାଜ ସାଲିମ ଅହମ୍ମଦ ଓ 18 ବର୍ଷୀୟ ଫୈସଲ ସାଲିମ ଅହମ୍ମଦ ।
ଏମାନଙ୍କ ଘର ଉତ୍ତର ପ୍ରଦେଶରେ ହୋଇଥିବା ଜଣାପଡିଛି । ତେବେ ତାଙ୍କ ବାପା ସଲିମ ଅହମ୍ମଦ ଏଠାରେ କାମ କରିବା ସହ ପତ୍ନୀ ଓ 4 ପୁଅଙ୍କୁ ଧରି ଅହମଦନଗରରେ ରହୁଛନ୍ତି ।
ଏମାନେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ପହଁରୁଥିବା ସମୟରେ ବୁଡି ଯାଇଥିବା କୁହାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ