ଜୟପୁର: ଏକା ସାଙ୍ଗରେ ପାଣିରେ ବୁଡି ପ୍ରାଣ ହରାଇଲେ 4 ଭାଇ। ଘଟଣା ଶୁଣିବା ପରେ ପରିବାର ସମେତ ଗାଁରେ ଶୋକର ଛାୟା ଖେଳିଯାଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ରାଜସ୍ଥାନର କରୋଲି ଜିଲ୍ଲାର ସାଙ୍କରା ଗାଁରେ ।
4 ଭାଇ ଗାଁ ପୋଖରୀକୁ ମଇଁଷିକୁ ପାଣି ପିଆଇବା ପାଇଁ ଯାଇଥିଲେ । ମଇଁଷ ଘରକୁ ଫେରିଥିଲା । ହେଲେ ପିଲାମାନେ ଫେରିନଥିଲେ । ରାତି ପ୍ରାୟ 8 ସୁଦ୍ଧା 4 ଭାଇ ଘରକୁ ନଫେରିବାରୁ ବ୍ୟସ୍ତ ହୋଇ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପୋଖରୀ ହୁଡାରେ ପିଲାଙ୍କ ପୋଷାକ ପଡିଥିବା ଦେଖି ଗାଁ ଲୋକେ ମାଛଧରା ଜାଲ ପୋଖରୀରେ ପକାଇଥିଲେ । ପରେ 4 ପିଲାଙ୍କ ମୃତଦେହ ପୋଖରୀରୁ ମିଳିଥିଲା ।
ଏପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମରଶରୀରର ବ୍ୟବଚ୍ଛେଦ ପାଇଁ ପଠାଇଛି । 4 ଜଣଙ୍କ ବୟସ 6ରୁ 9 ବର୍ଷ ବୋଲି ଜଣାପଡିଛି ।