ETV Bharat / bharat

କୋଝିକୋଡ ବିମାନବନ୍ଦରରୁ 653 ଗ୍ରାମ ସୁନା ଜବତ, 4 ଯାତ୍ରୀ ଗିରଫ - kozhikode airport gold seized news

ସୋମବାର କେରଳର କୋଝିକୋଡ ବିମାନବନ୍ଦରରେ ଥିବା ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ ଦୁଇଟି ଭିନ୍ନ ଭିନ୍ନ ବିମାନରେ ଯାତ୍ରା କରୁଥିବା ଚାରିଜଣ ଯାତ୍ରୀଙ୍କ ନିକଟରୁ 653 ଗ୍ରାମ ସୁନା ଏବଂ 10,000 ସିଗାରେଟ୍ ଜବତ କରିଛନ୍ତି । ଏନେଇ ଅବକାରୀ କମିଶନର ସୂଚନା ଦେଇଛନ୍ତି ।

r_kozhiode airport
କୋଝିକୋଡ ବିମାନବନ୍ଦରରୁ 653 ଗ୍ରାମ ସୁନା ଜବତ
author img

By

Published : Sep 7, 2020, 12:10 PM IST

ଥିରୁଅନନ୍ତପୁରମ୍: କୋଝିକୋଡ ବିମାନବନ୍ଦରରୁ 653 ଗ୍ରାମ ସୁନା ଏବଂ 10,000 ସିଗାରେଟ୍ ଜବତ ସହ 4 ଯାତ୍ରୀ ଗିରଫ । ସୋମବାର କେରଳର କୋଝିକୋଡ ବିମାନବନ୍ଦରରେ ଥିବା ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ ଦୁଇଟି ଭିନ୍ନ ଭିନ୍ନ ବିମାନରେ ଯାତ୍ରା କରୁଥିବା ଚାରିଜଣ ଯାତ୍ରୀଙ୍କ ନିକଟରୁ 653 ଗ୍ରାମ ସୁନା ଏବଂ 10,000 ସିଗାରେଟ୍ ଜବତ କରିଛନ୍ତି । ଏନେଇ ଅବକାରୀ କମିଶନର ସୂଚନା ଦେଇଛନ୍ତି ।

ଅବକାରୀ କମିଶନର କହିଛନ୍ତି ଯେ, ଜଣେ ଯାତ୍ରୀ ଜେଡ୍ଡାରୁ ବିମାନ ଯୋଗେ 325 ଗ୍ରାମ ସୁନା ଆଣୁଥିଲେ। ବାକି ତିନିଜଣ ଯାତ୍ରୀ ଦୁବାଇରୁ ବିମାନ ଯୋଗେ ପୃଥକ ଭାବରେ 10 ହଜାର ସିଗାରେଟ୍, 207 ଗ୍ରାମ ସୁନା ଏବଂ 121 ଗ୍ରାମ ସୁନା ଆଣି ଆସୁଥିଲେ ।

ଏଥିସହ ସେ କହିଛନ୍ତି, ଜଣେ ଯାତ୍ରୀ ସୁନାକୁ ଆଡପ୍ଟର ଏବଂ ସେଲୋ ଟେପ ଭିତରେ ଲୁଚାଇ ଆଣୁଥିବା ବେଳେ ଅନ୍ୟ ତିନିଜଣ ଏକ ସ୍ପିକର ଏବଂ ଟ୍ରଲି ବ୍ୟାଗର ଚକ ଭିତରେ ସୁନା ଏବଂ ସିଗାରେଟ ଲୁଚାଇ ଆଣୁଥିଲେ । ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.