ETV Bharat / bharat

HD ରେ ଦେଖିବେ କାଶୀର ଇତିହାସ ଓ ଥ୍ରୀଡି ଶିବଲିଙ୍ଗ

ଉନ୍ନତମାନର ପିକଚର କ୍ୱାଲିଟି ସାଙ୍ଗକୁ ପୁରୁଣା ଇତିହାସର ନବକଳେବର

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 19, 2019, 7:42 PM IST

ବାରଣାସୀ: ଉନ୍ନତମାନର ପିକଚର କ୍ୱାଲିଟି ସାଙ୍ଗକୁ ପୁରୁଣା ଇତିହାସର ନବକଳେବର । ପୁରାତନ କାଶୀ ସହର ଯାହାକି ଏବେ ବନାରସ ଭାବେ ଖ୍ୟାତ ତାହାର ସମୃଦ୍ଧ ଐତିହକୁ ଦେଖାଇବାକୁ ଚେଷ୍ଟା କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ । ଆଉ ଆଜି ଏଭଳି ଏକ ଅତ୍ୟାଧୁନିକ ମ୍ୟୁଜିୟମର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରଣାସୀର ମନ ମହଲରେ ଏହି ମ୍ୟୁଜିୟମର ଉଦଘାଟନ କରିଛନ୍ତି ମୋଦି । ଏହି ଥ୍ରୀଡି ସଂଗ୍ରହାଳୟକୁ ୬ ଭାଗରେ ବିଭକ୍ତ କରାଯାଇଛି ।

ପ୍ରଥମ ଭାଗରେ କାଶୀର ଅୟମାରମ୍ଭ, ଦ୍ଵିତୀୟ ଭାଗରେ ସମ୍ପୂର୍ଣ୍ଣ କାଶୀ ଓ ତୃତୀୟ ଭାଗରେ କିଭଳି ହେଲା ବନାରସ ଏହି ସବୁ ଐତିହ କଳା ସ୍ଥାନ ପାଇଛି । ସେହିପରି ଚତୁର୍ଥ ଭାଗରେ ଗଙ୍ଗା, ପଞ୍ଚମ ଭାଗରେ ଯଜ୍ଞ ସହ ଷଷ୍ଠ ଭାଗରେ ଜ୍ଞାନର କେନ୍ଦ୍ର ରହିବ । ବିଶେଷ କରି ଥ୍ରୀଡି ଶିବଲିଙ୍ଗ ସହ ବନାରସୀ ପାନ ,ବାରାଣସୀର ଗଳିକନ୍ଦି ବି ସ୍ଥାନ ପାଇଛି । ବଡ଼କଥା ସଂଗୀତରେ କିଭଳି କାଶୀ ସମୃଦ୍ଧ ସହ ବନାରସୀ ଶାଢ଼ୀ ଓ ରାମଲୀଳା ମଧ୍ୟ ପ୍ରଦର୍ଶିତ ହୋଇଛି ।

ତେବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାପାଇଁ ଟଚସ୍କ୍ରିନ ସାଙ୍ଗକୁ HD କ୍ୱାଲିଟିର ଭିଜୁଆଲାଇଜେସନ ମଧ୍ୟ କରାଯାଇଛି । ଆଉ ଏହି ମ୍ୟୁଜିୟମରେ ଅତି ସୁନ୍ଦର ଭାବରେ ସ୍ଥାନିତ ହୋଇଛି କାଶୀ ବିଶ୍ୱନାଥଙ୍କ ମହାନ ଲୀଳା । ସ୍ୱୀକାର କରିବାକୁ ପଡିବ ଆଧୁନିକ ଜ୍ଞାନକୌଶଳରେ ନିଶ୍ଚିତ ଭାବେ ସଂସ୍କୃତି ଓ ଐତିହର ପ୍ରସାର କରିବାରେ ଭଲ ଉଦ୍ୟମ କରାଯାଇଛି ।

undefined

Intro:Body:

ଅପରାହ୍ନରେ ରାଜ୍ଯ କ୍ୟାବିନେଟ୍

ଭୁବନେଶ୍ବର: ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ । 5ଟା 30 ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ମିଟିଂ ବସିବ ବୋଲି ଜଣାପଡିଛି । ଆଗକୁ ସାଧାରଣ ନିର୍ବାଚନ ରହିଛି । ତେଣୁ ଏହି ବୈଠକରେ ବିଭିନ୍ନ ପ୍ରକଳ୍ପ ଉପରେ ବଡ଼ ନିଷ୍ପତ୍ତି ନିଆଯାଇପାରେ । 

 ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁରୀ ନିମନ୍ତେ 5ରୁ 6ଟି ପ୍ରସ୍ତାବ ଉପରେ ଅନୁମୋଦନ ମିଳିବ ବୋଲି ସମ୍ଭାବନା ରହିଛି । ଏଥିସହ ହସ୍ତତନ୍ତ ଶିଳ୍ପ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା ହୋଇପାରେ । ଗତକାଲି ଦିଲ୍ଲୀ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ରାତିରେ ଭୁବନେଶ୍ବର ଫେରିଛନ୍ତି । ଏହି ଗସ୍ତ ସମୟରେ କେନ୍ଦ୍ରୀୟ ଅଧିକାରୀଙ୍କ ସହ ଓଡ଼ିଶା ପ୍ରକଳ୍ପ ବାବଦରେ ଆଲୋଚନା କରିଥିଲେ । ଆଜିର କ୍ୟାବିନେଟରେ ଏହି ବିଷୟରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ବ୍ୟୁରୋ ଚିଫ୍ ଅଜିତ୍ ଦାଶ, ଇଟିଭି ନ୍ୟୁଜ୍

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.