ବେଜିଙ୍ଗ: ବିଶ୍ବର ସବୁଠୁ ବୟସ୍କ ପାଣ୍ଡା ଶିନାଶିଙ୍ଗ । 37 ବର୍ଷ ବୟସରେ ପାଦ ଥାପିଛି ସେ । ମାନବ ଜାତିର 100 ବର୍ଷ ସହ 37 ବର୍ଷ ସମାନ ବୋଲି କୁହାଯାଉଛି । ତେବେ ଶିନାଶିଙ୍ଗ ସବୁଠୁ ବୟସ୍କ ବୋଲି ଗଣାଯାଏ । ଚୀନର 'ଛୋଙ୍ଗାଛିଙ୍ଗ ଜୁ'ରେ ପାଣ୍ଡାର ଶିନାଶିଙ୍ଗର ଜନ୍ମଦିନ ବଡ ଧୁମଧାମରେ ପାଳନ କରାଯାଇଛି ।
ବୟସ ସତ୍ତ୍ବେ ବି ତାର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇନାହିଁ । ବର୍ତ୍ତମାନ ସେ ସଂପୂର୍ଣ୍ଣ ସୁସ୍ଥ ରହିଛି। 1982 ମସିହାରେ ଶିନାଶିଙ୍ଗର ଜନ୍ମ । ବର୍ଷକ ପରେ ଅର୍ଥାତ ତାକୁ 1983 ମସିହାରେ 'ଛୋଙ୍ଗାଛିଙ୍ଗ ଜୁ'କୁ ଅଣାଯାଇଥିଲା । ସେବେଠାରୁ ଶିନାଶିଙ୍ଗ ସେହି ଜୁ’ରେ ରହିଆସୁଛି । ଆଉ ଦିନକୁ ଦିନ ସେ ସମସ୍ତଙ୍କର ପ୍ରିୟ ହେବାରେ ଲାଗିଛି । ଆଉ ତାର ଫ୍ୟାନଙ୍କ ସଂଖ୍ୟା ବଢିବାରେ ଲାଗିଛି ।