ETV Bharat / bharat

ଦେଶରେ 24 ଘଣ୍ଟାରେ 37,957 କୋରୋନା ଆକ୍ରାନ୍ତ - କୋରୋନା ଆକ୍ରାନ୍ତ

ଦେଶରେ ଶୀତ ଲହରି ଯୋଗୁଁ ସଂକ୍ରମଣ ବଢୁଛି । ଗତକିଛି ଦିନ ଧରି 45 ହଜାର ଟ୍ରେଣ୍ଡରେ ଚାଲିଥିବା ସଂକ୍ରମଣ ମାମଲା ଆଜି ସାମାନ୍ୟ ହ୍ରାସ ପାଇଛି । ଅଧିକ ପଢନ୍ତୁ...

ଗତ 24 ଘଣ୍ଟାରେ ଦେଶରେ 37,957 କୋରୋନା ଆକ୍ରାନ୍ତ

author img

By

Published : Nov 24, 2020, 10:52 AM IST

ନୂଆଦିଲ୍ଲୀ: ଦେଶରେ ଦିନକରେ ପୁଣି 37 ହଜାର 957 ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନର 45 ହଜାର ଟ୍ରେଣ୍ଡରେ ଆଜି ସାମାନ୍ୟ ହ୍ରାସ ପାଇଛି । ମୋଟ ସଂକ୍ରମିତ ସଂଖ୍ୟା 91 ଲକ୍ଷ 77 ହଜାର 841ରେ ପହଞ୍ଚିଛି ।

480 କୋରୋନା ଆକ୍ରାନ୍ତଙ୍କ ଜୀବନ ଯିବା ପରେ ଦେଶରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 1 ଲକ୍ଷ 34 ହଜାର 281କୁ ବୃଦ୍ଧି ପାଇଛି । ତେବେ 91 ଲକ୍ଷ ସଂକ୍ରମିତଙ୍କ ମଧ୍ୟରୁ ବର୍ତ୍ତମାନ 4 ଲକ୍ଷ 38 ହଜାର 667 ଟି ସକ୍ରିୟ ମାମଲା ରହିଛି । ସେହିପରି ଏହି ମହାମାରୀର ମୁକାବିଲା କରି 24 ଘଣ୍ଟାରେ 42 ହଜାର 314 ଜଣ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ସୁସ୍ଥ ସଂଖ୍ୟା 86 ହଜାର 04, 955ରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ଦେଶର କୋରୋନାର ଦ୍ବିତୀୟ ପର୍ଯ୍ୟାୟ ଲହରୀ ଆରମ୍ଭ ହୋଇଛି । କେତେକ ରାଜ୍ୟରେ ସ୍ଥିତି ଅଣାୟତ ହୋଇପଡିଛି । ଏପରି ସ୍ଥିତିରେ ଆଜି କୋରୋନା ସ୍ଥିତର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି । ଭିଡିଓ କନଫରେନ୍ସି ମାଧ୍ୟମରେ ବସିବାକୁ ଥିବା ଏହି ବୈଠକରେ କେଜ୍ରିୱାଲ ଓ ମମତା ବାନାର୍ଜୀ ସାମିଲ ହେବେ । ସୋମବାର ସୁପ୍ରିମକୋର୍ଟ ସମସ୍ତ ରାଜ୍ୟକୁ କୋରୋନା ପରିସ୍ଥିତି ନେଇ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 2 ଦିନ ମଧ୍ୟରେ ସମସ୍ତ ରାଜ୍ୟ ସରକାରଙ୍କ ଠାରୁ କୋରୋନା ପରିସ୍ଥିତ ରଣନୀତିର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.