ମୁମ୍ବାଇ: ଗାଈ ପେଟରୁ ବାହାରିଲା 35 କିଲୋ ପ୍ଲାଷ୍ଟିକ୍ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ନାଶିକ୍ ଜିଲ୍ଲାର ପିମ୍ପଲଗାଓଁରେ । ସୂଚନାମୁତାବକ, ପିମ୍ପଲଗାଓଁର ବାସିନ୍ଦା ଜୟନ୍ତ ବିଧାତେଙ୍କର ଗାଈ 8 ଦିନ ଧରି ଅସୁସ୍ଥ ଥିଲା । ତେବେ ଯେତେବେଳେ ସେ ଗାଈକୁ ପଶୁ ଡାକ୍ତରଙ୍କ ପାଖକୁ ନେଇ ଯାଞ୍ଚ କରିଥିଲେ, ସେତେବେଳେ ଗାଈ ପେଟରେ ଲୁହା ଏବଂ ପ୍ଲାଷ୍ଟିକ ଥିବା ଜଣାପଡିଥିଲା । ଦୀର୍ଘ 3 ଘଣ୍ଟାର ଅପରେସନ ପରେ ଗୋଟିଏ କିମ୍ବା ଦୁଇ କିଲୋ ନୁହେଁ ବରଂ 35 କିଲୋ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଗାଈର ପେଟରୁ ବାହାର କରାଯାଇଥିଲା ।
ତେବେ ଅସ୍ତ୍ରୋପଚାର ପରେ ଗାଈ ସ୍ୱାସ୍ଥ୍ୟ ଭଲ ଥିବା ଜଣାପଡିଛି । ଏନେଇ ପଶୁ ସମ୍ପଦ ବିକାଶ ଅଧିକାରୀ ତଥା ପ୍ରାଣୀ ଚିକିତ୍ସକ ଡାକ୍ତର ଅଲକେଶ ଚୌଧୁରୀ କହିଛନ୍ତି ଯେ, ପଲିଥିନର ଅପବ୍ୟବହାରକୁ ରୋକିବା ଆବଶ୍ୟକ। ରାସ୍ତାରେ ବୁଲୁଥିବା ପଶୁମାନଙ୍କ ପାଇଁ ପ୍ଲାଷ୍ଟିକ ଅତ୍ୟନ୍ତ ବିପଜ୍ଜନକ ଅଟେ । ଏହା ବ୍ୟତୀତ ଲୋକମାନେ ପ୍ଲାଷ୍ଟିକର ବ୍ୟବହାର ଉପରେ ମଧ୍ୟ ବିଶେଷ ଯତ୍ନବାନ ହେବା ଆବଶ୍ୟକ ।
ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ ପ୍ଲାଷ୍ଟିକ ନିଷ୍କାସନ ବ୍ୟବସ୍ଥା ବିକଶିତ କରାଯିବା ଉଚିତ। ଫଳରେ ବିପଥଗାମୀ ପ୍ରାଣୀ ଏବଂ ପରିବେଶ ସୁରକ୍ଷିତ ରହିବ। ଦିନକୁ ଦିନ ପ୍ଲାଷ୍ଟିକର ବହୁଳ ବ୍ୟବହାର ବଣୁଆ ତଥା ଗୃହପାଳିତ ପଶୁଙ୍କ ଜୀବନ ବିପଦରେ ପକାଉଛୁ ବୋଲି ଡାକ୍ତର ଅଲକେଶ ଚୌଧୁରୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ