ETV Bharat / bharat

14 ଜୁଲାଇରେ ହୋଇଛି ସର୍ବାଧିକ କୋରୋନା ଟେଷ୍ଟ: ଆଇସିଏମଆର

author img

By

Published : Jul 15, 2020, 10:27 AM IST

କୋରୋନା ସଂକ୍ରମଣକୁ ଧ୍ୟାନରେ ରଖି ଦେଶରେ ମଙ୍ଗଳବାର 3 ଲକ୍ଷ 20 ହଜାର 161ଟି କୋଭିଡ ଟେଷ୍ଟ କରାଯାଇଛି । ଅଧିକ ପଢନ୍ତୁ...

ଗୋଟିଏ ଦିନରେ ହୋଇଛି ସର୍ବାଧିକ କୋରୋନା ଟେଷ୍ଟ : ଆସିଏମଆର

ନୂଆଦିଲ୍ଲୀ: ଭାରତରେ ଧିରେ ଧିରେ ବିଗିଡିବାରେ ଲାଗିଛି କୋରୋନା ସ୍ଥିତି । 9 ଲକ୍ଷ ପାର କରିଛି କୋରୋନା ପଜିଟିଭ । ଲାଗୁଛି ଯେପରି ବିଫଳ ହେଉଛି ସବୁ ସଚେତନତା । ଏହାରି ଭିତରେ ସଂକ୍ରମଣ ଉପରେ ରୋକ ଲଗାଇବାକୁ ଅନେକ ରାଜ୍ୟରେ ଲକଡାଉନ ମଧ୍ୟ ଆରମ୍ଭ ହୋଇଯାଇଛି ।

ସଂକ୍ରମଣ ମାମଲା ବୃଦ୍ଧିକୁ ନଜରରେ ଦେଶରେ ପ୍ରତ୍ୟେକ ଦିନ ଲକ୍ଷାଧିକ କୋରୋନା ଟେଷ୍ଟ ମଧ୍ୟ କରାଯାଇଛି । ଇଣ୍ଡିଆନ କାଉସିଲ ଅଫ ମେଡିକାଲ ରିସର୍ଚ୍ଚ(ଆସିଏମଆର)ର ସୂଚନା ମୁତାବକ, ଗତ 24 ଘଣ୍ଟାରେ 3 ଲକ୍ଷ 20 ହଜାର 161ଟି କୋଭିଡ ଟେଷ୍ଟ କରାଯାଇଛି । ଯାହା ଦେଶରେ ଗୋଟିଏ ଦିନରେ ସର୍ବାଧିକ ଅଟେ । ତେବେ ଜୁଲାଇ 14 ସୁଦ୍ଧା 1 କୋଟି 24 ଲକ୍ଷ 12 ହଜାର 664ଟି ଟେଷ୍ଟ କରାଯାଇଛି ।

ବୁଧବାର ସକାଳ ସୁଦ୍ଧା ଦେଶରେ ସମୁଦାୟ, 9 ଲକ୍ଷ 36 ହଜାର 181ରେ ପହଞ୍ଚିଛି କୋରୋନା ସଂକ୍ରମଣ ସଂଖ୍ୟା । ଏଥିରେ 24 ହଜାର 309 ଜଣଙ୍କର ମୃତ୍ୟୁ ହୋଇଛି । 5 ଲକ୍ଷ 92 ହଜାର 32 ଜଣ ସୁସ୍ଥ ହୋଇଥିବାବେଳେ, ମୋଟ 3 ଲକ୍ଷ 19 ହଜାର 840ଟି ମାମଲା ସକ୍ରିୟ ରହିଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.