ETV Bharat / bharat

ରାଜଧାନୀରେ 32 ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 4 ଅଭିଯୁକ୍ତ ଗିରଫ

author img

By

Published : Oct 5, 2020, 7:43 AM IST

ଦେଶରେ ଥମିବାର ନାଁ ନେଉନି ଦୁଷ୍କର୍ମ ମାମଲା । ଏବେ ଆଉ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି ।

ମହିଳାଙ୍କୁ ଗଣଦୁଷ୍କର୍ମ
ମହିଳାଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଦେଶରେ ଥମିବାର ନାଁ ନେଉନି ଦୁଷ୍କର୍ମ ମାମଲା । ଏବେ ଆଉ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀର ଗୁରୁଗ୍ରାମ ଅଞ୍ଚଳରେ 4 ଜଣ ଯୁବକ 32 ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ସହ ହତ୍ୟା ଉଦ୍ୟମ କରିଛନ୍ତି ।

ଏଥିରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ସହରର ପୋଶ ଅଞ୍ଚଳର ଡିଏଲ୍ଏଫ୍ ଦ୍ବିତୀୟ ପର୍ଯ୍ୟାୟରେ ଘଟିଛି। ଏନେଇ ଗୁରୁଗ୍ରାମ ପୋଲିସ ସୂଚନା ଦେଇଛି । ମାମଲାରେ ସମ୍ପୃକ୍ତ ଥିବା 4 ଅଭିଯୁକ୍ତ ପଙ୍କଜ, ପୱନ, ରଂଜନ ଏବଂ ଗୋବିନ୍ଦଙ୍କୁ ଗୁରୁଗ୍ରାମ ପୋଲିସ ଗିରଫ କରିଛି । ସମସ୍ତ ଅଭିଯୁକ୍ତ ଖାଦ୍ୟ ବିତରଣ କମ୍ପାନୀରେ ଏକ ବିତରଣ ବାଳକ ଭାବରେ କାର୍ଯ୍ୟ କରୁଥିବା ଜଣାପଡିଛି |

ପୋଲିସର କହିବା ଅନୁଯାୟୀ ଉକ୍ତ 4 ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଛି ଏବଂ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳୁଛି। ଅଭିଯୁକ୍ତମାନେ ପୀଡିତାଙ୍କୁ ପୂର୍ବରୁ ଜାଣି ଥିଲେ କି ନାହିଁ ଏବାବଦରେ ଅଧିକ ଜାଣିବା ପାଇଁ ପୋଲିସ୍ ସେମାନଙ୍କୁ ପଚରା ଉଚରା କରୁଛି । ଏଥିସହ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ପରେ ଘଟଣା ବାବଦରେ ସଠିକ୍ ତଥ୍ୟ ସାମ୍ନାକୁ ଆସିବ ବୋଲି ଗୁରୁଗ୍ରାମ ପୋଲିସ୍ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.