ETV Bharat / bharat

ସଂକ୍ରମଣ ବଢିଲେ ବି ସୁସ୍ଥ ହେଉଛି ଭାରତ: ଆରୋଗ୍ୟ ହାର 58.56 ପ୍ରତିଶକୁ ବୃଦ୍ଧି

author img

By

Published : Jun 28, 2020, 1:59 PM IST

ଦେଶରେ କୋରୋନା ଆରୋଗ୍ୟ ହାର 58 ପ୍ରତିଶତରୁ ବୃଦ୍ଧି ପାଇ 58.56 ପ୍ରତିଶତରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ମୋଟ କୋରୋନା ସଂକ୍ରମଣ ରିପୋର୍ଟ 5 ଲକ୍ଷ 28 ହଜାର 859 ରହିଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 13,832 ଲୋକ ସୁସ୍ଥ ହୋଇଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦେଶରେ ଲଗାତାର କୋରୋନାକୁ ନେଇ ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସୁଛି । ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଆରୋଗ୍ୟ ସଂଖ୍ୟାରେ ବୃଦ୍ଧି ଆଶ୍ବସ୍ତିକର ରହିଛି । ଦେଶରେ ମୋଟ 309713 କୋରୋନା କବଳରୁ ମୁକୁଳିସାରିଲେଣି । ଯାହା ଫଳରେ ଦେଶରେ କୋରୋନା ଆରୋଗ୍ୟ ହାର 58 ପ୍ରତିଶତରୁ ବୃଦ୍ଧି ପାଇ 58.56 ପ୍ରତିଶତରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ମୋଟ କୋରୋନା ସଂକ୍ରମଣ ରିପୋର୍ଟ 5 ଲକ୍ଷ 28 ହଜାର 859 ରହିଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ, 13,832 ଲୋକ ସୁସ୍ଥ ହୋଇଛନ୍ତି ।

ଆରୋଗ୍ୟ ହାର ଦୃଷ୍ଟିରୁ ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ହେଉଛି ମେଘାଳୟ, ତ୍ରିପୁରା, ରାଜସ୍ଥାନ, ଚଣ୍ଡିଗଡ଼, ମଧ୍ୟପ୍ରଦେଶ ଯେଉଁଠାରେ ଆରୋଗ୍ୟ ହାର 76 ପ୍ରତିଶତରୁ ଅଧିକ । ଭାରତରେ 20ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଅଛି, ଯେଉଁଠାରେ ଆରୋଗ୍ୟ ହାର ଜାତୀୟ ଆରୋଗ୍ୟ ହାରଠାରୁ ଅଧିକ ।

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 19 ହଜାର 906ଟି ନୂଆ କୋଭିଡ ମାମାଲା ରିପୋର୍ଟ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ମାମଲା 5 ଲକ୍ଷ 28 ହଜାର 859ରେ ପହଞ୍ଚିଛି । ଭାରତରେ ଗୋଟିଏ ଦିନରେ ମହାମାରୀ ଆରମ୍ଭ ହେବା 410 ଜଣଙ୍କ ମୃତ୍ୟୁ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା 16 ହଜାର 95 ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ସକ୍ରିୟ କରୋନା ମାମଲା 2 ଲକ୍ଷ 3 ହଜାର 51 ରହିଛି ।

ଏହି ସମୟରେ, ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ଲାବ୍ରୋଟୋରୀ ଦ୍ବାରା କୋରୋନା ନମୁନା ପରୀକ୍ଷଣ ରେକର୍ଡ ସଂଖ୍ୟକ 2 ଲକ୍ଷ 31 ହଜାର 95 ହୋଇଛି । ଭାରତରେ କୋରୋନା ଆରମ୍ଭ ହେବା ପରଠାରୁ ଲାବ୍ରୋଟୋରୀ ଦ୍ବାରା ଏହା ସର୍ବାଧିକ ସଂଖ୍ୟକ ପରୀକ୍ଷଣ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 82 ଲକ୍ଷ 27 ହଜାର 802 ଟେଷ୍ଟିଂ କରାଯାଇଛି ।

ଆଇସିଏମଆର କ୍ରମାଗତ ଭାବରେ ସରକାରୀ ଏବଂ ବେସରକାରୀ ଲାବ୍ରୋଟୋରୀଗୁଡିକୁ ଅନୁମୋଦନ ଦେଇ କୋରୋନା ପରୀକ୍ଷା ସୁବିଧାକୁ ବୃଦ୍ଧି କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା, ସମଗ୍ର ଭାରତରେ ସମୁଦାୟ 1 ହଜାର 36ଟି ଲାବ୍ରୋଟୋରୀକୁ ଟେଷ୍ଟିଂ ପାଇଁ ଅନୁମତି ପ୍ରଦାନ କରାଯାଇଛି । ସେଥିମଧ୍ୟରୁ 749 ଟି ସରକାରୀ ଲାବ୍ରୋଟୋରୀ ଏବଂ 287ଟି ବେସରକାରୀ ଲାବ୍ରୋଟୋରୀ ଚେନ ରହିଛନ୍ତି ।

@AIR

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.