ETV Bharat / bharat

ପାକିସ୍ତାନ ଜେଲରୁ ମୁକୁଳିବେ 360 ଭାରତୀୟ ବନ୍ଦୀ - released

ପାକିସ୍ତାନ ଜେଲରୁ ମୁକୁଳିବେ ବନ୍ଦୀ ଭାରତୀୟ । କଏଦୀମାନଙ୍କ ସଜ୍ଜା ଶେଷ ହେବା ପରେ 360 ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଫାଇଲ ଫଟୋ
author img

By

Published : Apr 6, 2019, 2:27 PM IST

ନୂଆଦିଲ୍ଲୀ: ଦୀର୍ଘଦିନ ପରେ ପାକ ଜେଲରୁ ମୁକୁଳିବେ ବନ୍ଦୀ ଭାରତୀୟ । ଏମାନଙ୍କ ଭିତରେ 100 ଜଣ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବା ପାଇଁ ପାକିସ୍ତାନର ତାର ସମସ୍ତ ପର୍ଯ୍ୟାୟ ଶେଷ କରିଛି । ଏହାସହ ସୋମବାର ସୁଦ୍ଧା ଏହି ସମସ୍ତ ମତ୍ସ୍ୟଜୀବୀ ମୁକ୍ତି ପାଇବେ ବୋଲି ସୂଚନା ମିଳିଛି ।

ତେବେ ପାକିସ୍ତାନରେ ବନ୍ଦୀଥିବା 385 ମତ୍ସ୍ୟଜୀବୀ ଓ 10 ଜଣ ଭାରତୀୟ ନାଗରିକଙ୍କୁ ମୁକ୍ତି କରିବା ପାଇଁ ଭାରତ ତାର ଅନୁରୋଧ ପତ୍ରରେ ପାକିସ୍ତାନ ହାଇକମିଶନରଙ୍କୁ ଲେଖିଛି । ଏହାସହ ବନ୍ଦୀ ଥିବା ସମସ୍ତ ଭାରତୀୟ କଏଦୀଙ୍କ ପ୍ରତି ଭାରତ ଗଭୀର ଦୁଃଖ ଓ ଆନୁଗତ୍ୟ ପ୍ରକାଶ କରିଛି । ପାକିସ୍ତାନ ଜେଲରେ ଥିବା ଭାରତୀୟ କଏଦୀଙ୍କ ସଜ୍ଜା ଶେଷ ହେବା ପରେ ସେମାନଙ୍କୁ ବନ୍ଦୀ ରଖାଯାଇଥିବା ପତ୍ରରେ ଉଲ୍ଲେଖ କରିଛି ଭାରତ ।

ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ଜେଲରେ ବନ୍ଦୀ ଥିବା କଏଦୀମାନଙ୍କ ନିୟମିତ କାଉନସେଲିଂ କରାଯାଏ । ହେଲେ ଏହାକୁ ପାକିସ୍ତାନ ଖଣ୍ଡନ କରିଛି । ତେବେ ଏବେ ସୁଦ୍ଧା ନିଖୋଜ ଥିବା ସମସ୍ତ ସୁରକ୍ଷା କର୍ମୀଙ୍କୁ ପାକିସ୍ତାନରେ ବନ୍ଦୀ କରାଯାଇଥିବା ଭାରତ ଆରୋପ ଲଗାଇଛି । ତେବେ ଆଗାମୀ ଦିନରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ସମସ୍ତ କଏଦୀଙ୍କୁ ମୁକ୍ତି ପାଇଁ ଭାରତ ଅନୁରୋଧ କରିଛି ।

Intro:ରତ୍ନଗର୍ଭା, ପୂଣ୍ୟତୋୟା ତଥା ସୁମଧୁର ଜଳଧାର ନିମନ୍ତେ ଓଡ଼ିଶାର ବଡ ନଦୀ ମହାନଦୀ ବେଶ ପ୍ରସିଦ୍ଧ । ଦଶ ମ କାରର ରାଜ୍ୟ ଭାବେ ପରିଚିତ ବୌଦ୍ଧ ର ମର୍ଜାକୁଦ,ମୁଢି,ମହୁଲ ଠାରୁ ଆରମ୍ଭ କରି ମହାନଦୀ ପର୍ଯ୍ୟନ୍ତ ସବୁ ମ ର ପ୍ରସିଦ୍ଧି ରହିଆସିଥିଲା ।କିନ୍ତୁ ଏବେ ମହାନଦୀ ଶୂଷ୍କ ପାଲଟିଥିବା ବେଳେ ଖିଣ ଜଳଧାର ବିଶାକ୍ତ ହେବାରେ ଲାଗିଛି । ମହାନଦୀ ପଠା ଏବେ ଖୋଲା ଶୌଚାଳୟ ପାଲଟିବା ସହ ସହରର ଆବର୍ଜନା କୁଣ୍ଡ ହୋଇ ଗଲା ଭଳି ମନେହେଉଛି । ଏହି କାରଣରୁ ଏବେ ସହରରେ ମୁଣ୍ଡ ଟେକିଛି ଜଣ୍ଡିସ ଭଳି ମହାମାରୀ ରୋଗ ।

Body:ଜଳବାହିତ ରୋଗ ଭାବରେ ପରିଚିତ ଜଣ୍ଡିସ ଏବେ ବୌଦ୍ଧ ସହରରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ସହରର ୧୭ ଗୋଟି ଓ୍ବାର୍ଡ ମଧ୍ୟରୁ ପ୍ରାୟ ଚାରି ଟି ଓ୍ବାର୍ଡ ରେ ଜଣ୍ଡିସ ଧିରେ ଧିରେ କାୟା ବିସ୍ତାର କରୁଛି ।ବିଶେଷତଃ ୩ ନମ୍ବର ଓ୍ବାର୍ଡ ରେ ଗତ ୧୫ ଦିନ ମଧ୍ୟରେ ପ୍ରାୟ ୧୦ରୁ ଅଧିକ ଲୋକ ଏହି ମାରାତ୍ମକ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ବୌଦ୍ଧ, ବୁର୍ଲା ଓ କଟକ ମେଡିକାଲରୁ ଫେରି ନିଜ ଘରେ ଚିକିତ୍ସିତ ହେଉଛନ୍ତି । ଏହି ରୋଗରେ କେଉଟସାହିର ଜଣେ ବ୍ୟକ୍ତି ଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅପରିଷ୍କାର ପାଣି କୁ ଏଥିପାଇଁ ସମସ୍ତେ ଦାୟୀ କରୁଥିଲେ ମଧ୍ୟ ଏହାର ପ୍ରତିକାର କରିବାକୁ ସମସ୍ତେ ଯେମିତି ଭୃଲିଯାଇଛନ୍ତି । ଏନେଇ ସ୍ବାସ୍ଥ୍ୟ ବିଭାଗ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ଘଟଣାର ତଦନ୍ତ କରିବା ସହ ରକ୍ତ ନମୂନା ସଂଗ୍ରହ କରିବା କଥା ଜଣାଇଛନ୍ତି ।ଜଣ୍ଡିସ ଭଳି ମହାମାରୀ କୁ ଏବେ ଠାରୁ ଆୟତ୍ତ ନକଲେ ଆଗକୁ ପରିସ୍ଥିତି ଆହୁରି ଜଟିଳ ହୋଇପଡିବା ସମ୍ଭାବନା ରହିଛି ।

Conclusion:ବାଇଟ-୧-ଦିଲ୍ଲୀପ ବାରିକ, ଜଣ୍ଡିସ ରୋଗୀ
ବାଇଟ-୨-ବ୍ରହ୍ମେଶ୍ବର ଦାସ, ଯନ୍ତ୍ରୀ, ଜନ ସ୍ବାସ୍ଥ୍ୟ ବିଭାଗ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.