ETV Bharat / bharat

ଆଜାଦପୁର ମଣ୍ଡିରେ ବନ୍ଦ ହେଲା 3ଶହ ଦୋକାନ - coronavirus

ଆଜାଦପୁର ମଣ୍ଡିରେ ବନ୍ଦ ହେଲା 3ଶହ ଦୋକାନ । କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ହୋଇଛି ମାର୍କେଟ ବନ୍ଦ । ଅଧିକ ପଢନ୍ତୁ...

300 Shops Shut In Delhi's Azadpur  Mandi After COVID-19 Death
ଆଜାଦପୁର ମଣ୍ଡିରେ ବନ୍ଦ ହେଲା 3ଶହ ଦୋକାନ
author img

By

Published : Apr 24, 2020, 8:54 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଆଜାଦପୁର ମଣ୍ଡିରେ ବନ୍ଦ ହେଲା ପ୍ରାୟ 3ଶହ ଦୋକାନ । ଫଳ ଏବଂ ପନିପରିବା ପାଇଁ ଏସିଆର ସବୁଠୁ ବଡ ହୋଲସେଲ ବଜାର ଦିଲ୍ଲୀର ଆଜାଦପୁର ମଣ୍ଡି । ପ୍ରାୟ 100 ଏକର ଜମିରେ ହୋଇଥିବା ଏହି ମଣ୍ଡିରେ 2ଜଣ କୋଭିଡ-19 ପଜିଟିଭ ମାମଲା ଆସିବା ପରେ ବଜାରର ଅଧା ଭାଗ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଆଜାଦପୁର ଅତ୍ୟଧିକ ସଂକ୍ରାମକ କୋରୋନା ଭାଇରସ୍ ବିରୋଧରେ ଲଢେଇରେ କର୍ତ୍ତୃପକ୍ଷଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ। 57 ବର୍ଷୀୟ ବ୍ୟବସାୟୀଙ୍କ ମୃତ୍ୟୁ ପରେ, ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ 17 ଜଣଙ୍କର ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ 2 ଜଣଙ୍କ ପଜିଟିଭ ଆସିଛି ।

ଦେଶବ୍ୟାପୀ ଲକ ଡାଉନ ପରେ କୃଷକ ତଥା ବ୍ୟବସାୟୀଙ୍କୁ ସୁରକ୍ଷା ଦେବା ତଥା ପନିପରିବା ମୂଲ୍ୟ ହ୍ରାସ କରିବା ଉଦ୍ଦେଶ୍ୟରେ ଆଜାଦପୁର ମଣ୍ଡି ଦିନରାତି କାର୍ଯ୍ୟ କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଥିଲେ।ସରକାର କହିଛନ୍ତି ଯେ ପନିପରିବା ଏବଂ ଫଳ ସକାଳ 6 ଟାରୁ ରାତି 10 ଟା ପର୍ଯ୍ୟନ୍ତ ବିକ୍ରି ହୋଇପାରିବ। ରାତି 10 ଟାରୁ 6 ଟା ମଧ୍ୟରେ ଟ୍ରକ୍ ବଜାର ପ୍ରବେଶ କରିପାରିବ। ଦିଲ୍ଲୀରେ 2,376 କୋରୋନା ଭାଇରସ୍ ମାମଲା ରହିଛି । ଯେଉଁଥିରେ 50 ଜଣଙ୍କର ମୃତ୍ୟୁ ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.