ମାଲଦା: ଶ୍ରମିକ ଟ୍ରେନରେ ପୁଣି ଶ୍ରମିକ ମୃତ୍ୟୁ । ଦୀର୍ଘ 3 ମାସ ପରେ ସେ ଘରକୁ ଫେରୁଥିଲେ । କୋରୋନା ଲକଡାଉନ ପାଇଁ ସ୍ପେଶାଲ ଶ୍ରମିକ ଟ୍ରେନରେ ଫେରୁଥିବା ଜଣେ 30 ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ପଶ୍ଚିମବଙ୍ଗ ମଲଦା ଅଞ୍ଚଳର ଶେଖ ଖତିପ ।
ଖତିପ ଉତ୍ତର ବଙ୍ଗର ନୂଆ ଜାଲପାଇଗୁରୀ ଅଭିମୁଖେ ଯାଉଥିବା ଏକ ଶ୍ରମିକ ସ୍ପେଶାଲରେ ଆଲେପ୍ପେରୁ ଯାତ୍ରା କରୁଥିଲେ । ତାଙ୍କ ସହ ମାମୁଁ ମୋଫିଜୁଲ ମଧ୍ୟ ଥିଲେ । ମାମୁଁଙ୍କ କହିବାନୁସାରେ, ଖତିପ ଡିସେଣ୍ଟ୍ରୀରେ ପୀଡିତ ଥିବାବେଳେ ବାରମ୍ବାର ବାନ୍ତି କରିଥିଲେ । ସୋମବାର ଟ୍ରେନରେ ଯାତ୍ରା କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଟ୍ରେନ ମାଲଦା ପହଞ୍ଚିବା ପରେ ମୃତଦେହକୁ ରେଳ ବିଭାଗ ପକ୍ଷରୁ ନିଆଯିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଶବ ବ୍ୟବଚ୍ଛେଦର ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ।