ମୁମ୍ବାଇ: ଗୋଟିଏ ପରିବାରର 30 ସଦସ୍ୟ କୋରୋନାରେ ସଂକ୍ରମିତ । ଥାନେ ଜିଲ୍ଲାର କଲ୍ୟାଣ ଅଞ୍ଚଳରେ ରହୁଥିବା ଏହି ପରିବାର 33 ସଦସ୍ୟଙ୍କ ମଧ୍ୟରୁ 30 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏନେଇ କଲ୍ୟାଣ ଡୋମବିଭଲି ମନ୍ୟୁସିପାଲ କର୍ପୋରେସନ ପକ୍ଷରୁ ସୂଚନା ମିଳିଛି । ଏମାନେ ସମସ୍ତେ ଗତ ମାସ 22 ତାରିଖରେ ଅନୁଷ୍ଠିତ ହୋଇଥିବା ଗଣେଶ ପୂଜାରେ ଏକାଠି ହୋଇଥିଲେ। ଗଣେଶ ପୂଜା 22ରୁ 31 ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।
ତେବେ,ସେମାନଙ୍କ ମଧ୍ୟରୁ ଜଣେ କୋରୋନାରେ ସଂକ୍ରମିତ ହୋଇଥିଲେ । ପରେ ପୁରା ପରିବାର 33 ନମୁନା ସଂଗ୍ରହ କରାଯାଇଥିଲା । ସେଥି ମଧ୍ୟରୁ 30 ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।