ଭୋପାଳ: ସମଗ୍ର ଦେଶ ସମେତ ମଧ୍ୟପ୍ରଦେଶ ଗ୍ୱାଲିୟରରେ ମଧ୍ୟ କୋରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏପଟେ 30 ଜଣ ସିଆରପିଏଫ ଯବାନ କୋରୋନା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ଗ୍ୱାଲିୟର ନୂଆ ଗାଁସ୍ଥିତ ସିଆରପିଏଫ ଟ୍ରେନିଙ୍ଗ ସେଣ୍ଟରର 30 ଜଣ ଯବାନ କୋରୋନା ସଂକ୍ରମିତ ହୋଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ସିଆରଫିଏଫ ସେଣ୍ଟରରେ ଆଲର୍ଟ ଜାରି କରାଯାଇଛି ।
ପ୍ରକାଶ ଥାଉକି, ବର୍ତ୍ତମାନ ମଧ୍ୟପ୍ରଦେଶରେ 28589 କୋରୋନା ମାମଲା ରହିଛି । ଏଥିସହ 820 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ