ନୂଆଦିଲ୍ଲୀ: ନିଜାମୁଦ୍ଦିନ ମର୍କାଜର ମୁଖ୍ୟ ମୌଲାନା ସାଦଙ୍କ ବିରୋଧରେ ଚାଲିଥିବା ଅନୁସନ୍ଧାନରେ ଅନୁସନ୍ଧାନକାରୀ ସଂସ୍ଥା 30 ଟି ବ୍ୟାଙ୍କ ଆକାଉଣ୍ଟ ବିଷୟରେ ସୂଚନା ପାଇଛନ୍ତି। ଯାହା ଟ୍ରଷ୍ଟ ସହିତ ଜଡିତ। ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ, ବାକି ମାମଲା ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାଲିଥିବା ବେଳେ ଏହି ବ୍ୟାଙ୍କ୍ ଆକାଉଣ୍ଟଗୁଡିକ ମଧ୍ୟରୁ କିଛି ଜବତ କରାଯାଇଛି। ତେଵେ ଵିଦେଶୀ ପାଣ୍ଠି ସମ୍ପର୍କିତ 30ଟି ଖାତା ଏଵେ ମାମଲାକୁ ସଂଗୀନ କରିଛି।
ସୂତ୍ରରୁ ପ୍ରକାଶ ଯେ, ଏହି ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଗୁଡିକ ବିଦେଶୀ ପାଣ୍ଠି ପାଇଁ ଅନୁସନ୍ଧାନ କରାଯାଇଥିଲା। ନିଜାମୁଦ୍ଦିନ ମର୍କାଜରବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ ଏଜେନ୍ସିଗୁଡ଼ିକ ଜବତ ମଧ୍ୟ କରି ସାରିଛନ୍ତି। ଉଭୟ କ୍ରାଇମ୍ ବ୍ରାଞ୍ଚ ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଏହି ଘଟଣାର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।
ଏହାପୂର୍ବରୁ ମେ 6 ରେ ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ମୌଲାନା ସାଦଙ୍କ ବିରୋଧରେ ଚାଲିଥିବା ତଦନ୍ତକୁ ତ୍ୱରାନ୍ୱିତ କରିଥିଲା। ତବଲିଗି ଜାମାତ ଲକଡାଉନ୍ ସମୟରେ ସାମାଜିକ ଦୂରତା ନିୟମକୁ ଖଣ୍ଡନ କରି ସ୍କାନରରେ ରହିଥିଲା । ଯାହା ଦେଶରେ କୋଭିଡ୍-19 ମାମଲାକୁ ହଠାତ୍ ବୃଦ୍ଧି କରାଇଥିଲା। କ୍ରାଇମବ୍ରାଞ୍ଚ ମୌଲାନାର ଦ୍ୱିତୀୟ ପୁଅକୁ ଟାର୍ଗେଟ୍ ମଧ୍ୟ କରିଥିଲା। ଯିଏ ନିଜାମୁଦ୍ଦିନ ମର୍କାଜରେ ହେଉଥିବା କାର୍ଯ୍ୟକଳାପରେ ଜଡିତ ଥିବା ଜଣାପଡିଛି। ସେଠାରେ ଅତିଥିମାନଙ୍କ ବାସଗୃହର ଯତ୍ନ ନେଉଥିବା 20 ମର୍କାଜ ସଦସ୍ୟଙ୍କ ଠିକଣା, ମୋବାଇଲ୍ ନମ୍ବର ଏବଂ ଇମେଲ୍ ଆଇଡି ଭଳି ସବିଶେଷ ତଥ୍ୟ ଖୋଜିବାକୁ ପୋଲିସ ତାଙ୍କୁ ପ୍ରଶ୍ନ କରିଥିଲା। ଏହି 20 ଜଣ ମର୍କାଜ ସଦସ୍ୟ ସେହି ଦିନଠାରୁ ପଳାଇଥିଲେ ଏବଂ ପୋଲିସ ସେମାନଙ୍କ କେଉଁଠାରେ ଅଛି ତାହା ଜାଣିବାକୁ ଚେଷ୍ଟା କରି ଅନୁସନ୍ଧାନ କଡାକଡି କରିଛି।