ETV Bharat / bharat

କୁଲଗାମରେ ଏନକାଉଣ୍ଟ: ନିପାତ ହେଲେ 3 ଆତଙ୍କବାଦୀ

ସେନା ଓ ଆତଙ୍କବାଦୀ ଏନକାଉଣ୍ଟରେ 3 ଆତଙ୍କୀ ନିପାତ । ସର୍ଚ୍ଚ ଅପରେସନ ଜାରି ।

author img

By

Published : Apr 27, 2020, 12:05 PM IST

3 terrorists killed in Kulgam, J&K
କୁଲଗାମ ଏନକାଉଣ୍ଟରେ ନିପାତ ହେଲେ 3 ଆତଙ୍କି

ଶ୍ରୀନଗର: କୁଲଗାମ ଏନକାଉଣ୍ଟରରେ ନିପାତ ହେଲେ 3 ଆତଙ୍କୀ । ସୋମବାର ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଲୋୟର ମୁଣ୍ଡାରେ ସୁରକ୍ଷା ବାହିନୀ ଏବଂ ଆତଙ୍କୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ରବିବାର ରାତିରେ ଏହି ଅଞ୍ଚଳରେ 4 ଆତଙ୍କୀ ସଫା ହୋଇଥିବା ବେଳେ ଆଜି ମୃତ୍ୟୁସଂଖ୍ୟା 7 ରେ ପହଞ୍ଚିଛି ।

ସିଆରପିଏଫ ଓ ରାଷ୍ଟ୍ରୀୟ ରାଇଫଲର ମିଳିତ ଅପରେସେନରେ ଓପଲୋୟର ମୁଣ୍ଡା (କୁଲଗାମ)ରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସର୍ଚ୍ଚ ଅପରେସେନ ଚାଲିଥିବା କହିଛି ସେନା ।

ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ଆତଙ୍କିଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପରେ ଏକ କର୍ଡନ-ସର୍ଚ୍ଚ ଅପରେସନ ଚଳାଇଥିଲା । ଏହି ସମୟରେ ସୁରକ୍ଷା ବାହିନୀ ଉପରକୁ ଲୁଚିଥିବା ଆତଙ୍କି ଗୁଳି ଚଳାଇବା ପରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ନିହତ ଆତଙ୍କିଙ୍କ ପରିଚୟ ମିଳିନଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି ।

@ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.