ETV Bharat / bharat

ବାଟାମାଲୁରେ ସେନାର ଏନକାଉଣ୍ଟର, 3 ଆତଙ୍କବାଦୀ ମୃତ - ବାଟମାଲୁ ଏନକାଉଣ୍ଟର

ବାଟାମାଲୁ ଅଞ୍ଚଳରେ ଗୁରୁବାର ଏନକାଉଣ୍ଟର ନେଇ ଖବର ସାମ୍ନାକୁ ଆସିଛି । ଏହି ଘଟଣାରେ 3 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ବାଟମାଲୁରେ ସେନାର ଏନକାଉଣ୍ଟର, 3 ଆତଙ୍କବାଦୀ ମୃତ

author img

By

Published : Sep 17, 2020, 7:21 PM IST

ଶ୍ରୀନଗର: ଘାଟିରେ ଥମୁନାହିଁ ଆତଙ୍କବାଦୀ କାର୍ଯ୍ୟକଳାପ । ସେପଟେ ଭାରତୀୟ ସେନା ମଧ୍ୟ ଆତଙ୍କବାଦୀଙ୍କୁ ଦେଉଛନ୍ତି କଡା ଜବାବ । ଏପରିସ୍ଥିତିରେ ଜାମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗର ସ୍ଥିତି ବାଟାମାଲୁ ଅଞ୍ଚଳରେ ଗୁରୁବାର ଏନକାଉଣ୍ଟର ନେଇ ଖବର ସାମ୍ନାକୁ ଆସିଛି । ଏହି ଘଟଣାରେ 3 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ ଜଣେ ସ୍ଥାନୀୟ ମହିଳାଙ୍କର ମୃତ୍ୟୁ ସହ ସେନାର ସିଆରପିଏଫର ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି ।

ମୃତ 3 ଆତଙ୍କବାଦୀ ପାକିସ୍ତାନର ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ହୋଇଥିବା ସୂଚନା । ସେହିପରି ଗୁଳିବିନିମୟ ସମୟରେ ପ୍ରଥମେ ଆହତ ହୋଇ ପରେ ପ୍ରାଣ ହରାଇଥିବା ମହିଳାଙ୍କ ନାଁ କୌନସର ଜାନ ବୋଲି ଜଣାପଡିଛି । ଅନ୍ୟପକ୍ଷେ ଗରୁତର ଆହତ ଯବାନ ରାହୁଲ ମାଥୁର ସିଆରପିଏଫର ଡେପୁଟି କମାଣ୍ଡାଣ୍ଟ ପୋଷ୍ଟରେ ଅଛନ୍ତି ।

ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ପାଇବା ପରେ ବାଟମାଲୁର ଫିର୍ଦ୍ଦୌଶାବାଦ ଅଞ୍ଚଳରେ ସେନା ପକ୍ଷରୁ କର୍ଡନ କରାଯାଇ ଅପରେସନ ଚଳାଯାଇଥିଲା । ତେବେ ଏହି ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚଳାଇଥିଲା । ଫଳରେ ସେନାକୁ ଏନକାଉଣ୍ଟର ଆରମ୍ଭ କରିବାକୁ ପଡିଥିଲା, ଯେଉଁଥିରେ 3 ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.