ETV Bharat / bharat

ଲକଡାଉନ୍ ନିୟମ ଉଲ୍ଲଂଘନ କରି 3 ଯବାନ ଗିରଫ

author img

By

Published : Jul 20, 2020, 12:44 PM IST

ଉତ୍ତରାଖଣ୍ଡର ମସୋରୀ ନିକଟରେ ପୋଲିସ 3 ଜଣ ଯବାନଙ୍କୁ ଗିରଫ କରିଛି। ମସୋରୀ ରାସ୍ତାରେ କିମାଡି ନିକଟରେ ସେମାନଙ୍କୁ ଗିରଫ କରାଯାଇଛି ବୋଲି ଜଣାପଡିଛି ।

 ଗିରଫ ହେଲେ 3 ଯବାନ
ଗିରଫ ହେଲେ 3 ଯବାନ

ଡେରାଡୁନ୍: ଉତ୍ତରାଖଣ୍ଡର ମସୋରୀ ନିକଟରେ ପୋଲିସ 3 ଜଣ ଯବାନଙ୍କୁ ଗିରଫ କରିଛି। ମସୋରୀ ରାସ୍ତାରେ କିମାଡି ନିକଟରେ ସେମାନଙ୍କୁ ଗିରଫ କରାଯାଇଛି ବୋଲି ଜଣାପଡିଛି । ପୋଲିସର କହିବାନୁସାରେ, ଏହି ଯବାନମାନେ କୋଭିଡ-19 ଲକଡାଉନ ସମୟରେ ରାସ୍ତାରେ ପାର୍ଟି କରୁଥିଲେ। ସବ୍-ଇନ୍ସପେକ୍ଟର ସଞ୍ଜୟ ମିଶ୍ର କହିଛନ୍ତି ଯେ ଜଣେ ସ୍ଥାନୀୟ ବାସିନ୍ଦା ପଙ୍କଜ ପଟୱାଲ ନିଜ ସାଙ୍ଗମାନଙ୍କ ସହିତ ଏହି ରାସ୍ତା ଦେଇ ଅତିକ୍ରମ କରୁଥିବା ବେଳେ ଏହି 3 ଯବାନଙ୍କୁ ଦେଖିଥିଲେ ।

ପଟୱାଲ ଦାବି କରିଛନ୍ତି ଯେ ଯବାନମାନେ ତାଙ୍କୁ ଓ ତାଙ୍କ ସାଙ୍ଗମାନଙ୍କୁ ଅସଦାଚରଣ କରିଥିଲେ ଓ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରିଥିଲେ। ଏହାପରେ ପୋଲିସକୁ ସୂଚନା ଦିଆଯାଇଥିଲା । ଏହାପରେ ଯବାନ ରାକେଶ କୁମାର, ଗଣେଶ ସିଂ ଓ ସ୍ବୟନ ଘୋଷଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ସୋମବାର କୋର୍ଟରେ ହାଜର କରାଯିବ। ତେବେ ସବ୍-ଇନ୍ସପେକ୍ଟର କହିଛନ୍ତି ଯେ ଏହି 3 ଜଣଙ୍କୁ ବର୍ତ୍ତମାନ ମିଲିଟାରୀ ହସ୍ପିଟାଲରେ ରଖାଯାଇଛି।

କୋରୋନା ଭାଇରସ ରୋଗର ବିସ୍ତାରକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଶନିବାର ଓ ରବିବାର ଦିନ 4 ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ଲକଡାଉନ୍ କରାଯାଇଛି । ଏହି 4 ଟି ଜିଲ୍ଲା ମଧ୍ୟରେ ଡେରାଡୁନ୍, ହରିଦ୍ବାର, ନୈନୀତାଲ ଓ ଉଧାମ୍ ସିଂ ନଗର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.