ETV Bharat / bharat

ମେହବୁବାଙ୍କୁ ଭାରି ପଡିଲା ତ୍ରିରଙ୍ଗା ବିରୋଧୀ ବୟାନ, ଇସ୍ତଫା ଦେଲେ 3 PDP ନେତା - ମେହବୁବା ମୁଫତି ବୟାନ

ଭାରତୀୟ ଜାତୀୟ ପତାକା ବିରୋଧରେ ଦେଇଥିବା ବୟାନ ମେହବୁବାଙ୍କୁ ଭାରି ପଡିଛି । ମେହବୁବାଙ୍କ ବୟାନରେ ଆପତ୍ତି ଜାହିର କରିବା ସହ ପିଡିପିରୁ ଇସ୍ତଫା ଦେଇଛନ୍ତି 3 ଜଣ ନେତା । ଅଧିକ ପଢନ୍ତୁ...

ମେହବୁବାଙ୍କୁ ଭାରି ପଡିଲା ତ୍ରିରଙ୍ଗା ବିରୋଧି ବୟାନ, ଇସ୍ତଫା ଦେଲେ 3 PDP ନେତା

author img

By

Published : Oct 26, 2020, 6:12 PM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ବଡ ଝଟକା । ଭାରତୀୟ ଜାତୀୟ ପତାକା ବିରୋଧରେ ଦେଇଥିବା ବୟାନ ମେହବୁବାଙ୍କୁ ଭାରି ପଡିଛି । ମେହବୁବାଙ୍କ ବୟାନରେ ଆପତ୍ତି ଜାହିର କରିବା ସହ ପିଡିପିରୁ ଇସ୍ତଫା ଦେଇଛନ୍ତି 3 ଜଣ ନେତା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବାଙ୍କ ବୟାରେ ନାରାଜ ପିଡିପିର 3 ଜଣ ନେତା ବେଦ ମହାଜନ, ଟିଏସ ବଜୱା ଓ ହୁସେନ ଅଲ୍ଲୀ ପିଡିପିରୁ ଇସ୍ତଫା ଦେଇଛନ୍ତି । ଏହି 3 ଜଣ ନେତା ମେହବୁବାଙ୍କ ବୟାନ ବିରୋଧରେ ଆପତ୍ତି ଜାହିର କରି ଦଳରୁ ଇସ୍ତଫା ଦେଇଥିବା ଜଣାପଡିଛି ।

ଅନ୍ୟପକ୍ଷେ ନ୍ୟାସନାଲ କନଫରେନ୍ସ ମଧ୍ୟ ମେହବୁବାଙ୍କ ବୟାନକୁ ନେଇ କଡା ନିନ୍ଦା କରିବା ସହ ନିଜକୁ ଏଥିରୁ ଅଲଗା କରିନେଇଛି । ନ୍ୟାସନାଲ କନଫରେନ୍ସର ବରିଷ୍ଠ ନେତା ଦେବେନ୍ଦ୍ର ସିଂ ରାଣା କହିଛନ୍ତି ଯେ ଦଳର ନେତାଙ୍କ ପାଇଁ ଦେଶର ଏକତା ଏବଂ ସାର୍ବଭୌମତ୍ବ ସର୍ବାଗ୍ରେ ରହିବା ଆବଶ୍ୟକ। ଦେଶର ସାର୍ବଭୌମତ୍ବ ଏବଂ ଅଖଣ୍ଡତା ବିରୋଧରେ ଆମେ କୌଣସି ଚୁକ୍ତି କରିବୁ ନାହିଁ ବୋଲି ସେ କହିଛନ୍ତି ।

ମେହବୁବାଙ୍କ ବୟାନକୁ ନେଇ ଜାମ୍ମୁ ଓ କାଶ୍ମୀରରେ ଆକ୍ରୋଶ ବୃଦ୍ଧି ପାଇବାରେ ଲାଗିଛି । ତାଙ୍କ ବିରୋଧରେ କ୍ରମାଗତ ପ୍ରଦର୍ଶନ ମଧ୍ୟ ଜାରି ରହିଛି । ଏହି ମଧ୍ୟରେ ରବିବାର କେନ୍ଦ୍ରଶାସିତ ଅଞ୍ଚଳର ବହୁ ସଂଖ୍ୟକ ଯୁବକ ପିଡିପି କାର୍ଯ୍ୟାଳୟରେ ପହଞ୍ଚି ଏହା ଉପରେ ତ୍ରିରଙ୍ଗା ଉଡାଇବାକୁ ଚେଷ୍ଟା କରିଥିଲେ । ଏପରିସ୍ଥିତିରେ ପୋଲିସ ଏମାନଙ୍କୁ ରୋକିଥିଲା । ତେବେ ସୋମବାର ମଧ୍ୟ ପିଡିପି କାର୍ଯ୍ୟାଳରେ ତ୍ରିରଙ୍ଗା ଉଡାଯାଇଥିବା ଦେଖିବାକୁ ମିଳିଛି ।

ଶୁକ୍ରବାର ମେହବୁବା ଜାତୀୟ ପତାକାକୁ ନେଇ ବିବାଦିତ ବୟାନ ଦେଇଥିଲେ । ଜମ୍ମୁ ଓ କାଶ୍ମୀରର ପତାକା ପ୍ରତ୍ୟାହାର ନହେବା ଯାଏଁ ତ୍ରିରଙ୍ଗା ନଉଡାଇବାକୁ ଚେତାବନୀ ଦେଇଥିଲେ ମେହବୁବା । ଏହାସହ ଧାରା 370 ପୂନଃସ୍ଥାପନ ନହେଲେ କୌଣସି ନିର୍ବାଚନ ଲଢିବେ ନାହିଁ ବୋଲି ସଫାସଫା କହିଥିଲେ ମୁଫ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.