ETV Bharat / bharat

ପାଣି ଟ୍ୟାଙ୍କରକୁ ଧକ୍କା ଦେଲା ଅଟୋ: 3 ମୃତ, 10 ଗୁରୁତର

ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ଅଟୋ ପାଣି ଟ୍ୟାଙ୍କରକୁ ଧକ୍କା ଦେଇଥିଲା । ଯାହାଫଳରେ ତିନି ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ 10 ଜଣ ଗୁରୁତର ଆହତ ହୋଇଛନ୍ତି ।

author img

By

Published : Jun 29, 2019, 11:28 AM IST

Updated : Jun 29, 2019, 1:59 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପାଣି ଟ୍ୟାଙ୍କରକୁ ଧକ୍କା ଦେଲା ଅଟୋ । ଯେଉଁଥିରେ ତିନି ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ 10 ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୂର୍ବ ଦିଲ୍ଲୀର କଲ୍ୟାଣପୁରୀ ଅଞ୍ଚଳର ଏନଏଚ୍-24 ନିକଟରେ ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ଅଟୋ 13 ଜଣ ଯାତ୍ରୀଙ୍କୁ ନେଇ ଉତ୍ତମ ନଗର ଅଞ୍ଚଳର ନୌନୀତାଲକୁ ଯାଉଥିଲା । ଅଟୋଟି ଅତି ବ୍ୟଗ୍ର ଗତିରେ ଯାଉଥିବା ହେତୁ ଆଗରେ ଥିବା ପାଣି ଟ୍ୟାଙ୍କରକୁ ଧକ୍କା ଦେଇଥିଲା । ଯାହାଫଳରେ ଅଟୋରେ ଯାଉଥିବା 13 ଜଣ ଯାତ୍ରୀଙ୍କ ମଧ୍ୟରେ 3 ଜଣଙ୍କର ଚିକିତ୍ସାବେଳେ ମୃତ୍ୟୁ ଘଟିଥିବାବେଳେ 10 ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ସହରର ଦୁଇଟି ଅଲଗା ଅଲଗା ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ ଏହି ଘଟଣାରେ ପାଣି ଟ୍ୟାଙ୍କର ମାଲିକ ଫେରାର ଥିବାବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Intro:Body:Conclusion:
Last Updated : Jun 29, 2019, 1:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.