ETV Bharat / bharat

ଉତ୍ତରପ୍ରଦେଶର ସେଲଟର ହୋମରେ 3 ଶିଶୁ ମୃତ, ଖାଦ୍ୟାଭାବ ଅନୁମାନ - ଘଟଣାର ତଦନ୍ତ ଜାରି

ଉତ୍ତରପ୍ରଦେଶର ଆଗ୍ରାଠାରେ ଥିବା ସେଲଟର ହୋମରେ ତିନି ଶିଶୁଙ୍କର ମୃତ୍ୟୁ ହୋଇଛି । ପୁଷ୍ଟିକର ଖାଦ୍ୟ ଅଭାବରୁ ଶିଶୁଙ୍କର ମୃତ୍ୟୁୁ ହୋଇଥିବା ଅନୁମାନ କରାଯାଉଛି । ଘଟଣାର ତଦନ୍ତ ଜାରି ରହିଛି । ଅଧିକ ପଢନ୍ତୁ...

3 infants die in UP shelter home in 48 hours
ଉତ୍ତରପ୍ରଦେଶର ଆଶ୍ରୟସ୍ଥଳୀରେ ତିନି ଶିଶୁ ମୃତ
author img

By

Published : Nov 2, 2020, 11:20 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଗ୍ରାଠାରେ ସରକାରୀ ମାଲିକାନାରେ ଥିବା ଏକ ସେଲଟର ହୋମରେ ତିନି ଶିଶୁଙ୍କର ମୃତ୍ୟୁ ହୋଇଛି । ପିଲାମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ପୁଷ୍ଟିକର ଖାଦ୍ୟ ଦିଆଯାଉ ନଥିବା ଜଣାପଡିଛି ।

ସରକାରୀ ତଥ୍ୟ ଅନୁସାରେ ଅକ୍ଟୋବର 24ରେ ଚାରିମାସର ଶିଶୁକନ୍ୟା ସୁନୀତାର ଏସଏନ ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ତିନିମାସର ପ୍ରଭା ଓ ଦୁଇମାସର ଶିଶୁ ଅୱାନୀର ଅକ୍ଟୋବର 25ରେ ମୃତ୍ୟୁ ହୋଇଛି । ସହରର ପାଗ ପରିବର୍ତ୍ତନ ଓ ଅକାଳ ଜନ୍ମ ପାଇଁ ଶିଶୁମାନଙ୍କର ଏପରି ଅଚାନକ ମୃତ୍ୟୁ ହୋଇଥିବା କହିଛନ୍ତି ରାଜ୍ୟସରକାରଙ୍କ ଆଶ୍ରୟସ୍ଥଳୀ ଅଧୀକ୍ଷକ ବିକାଶ କୁମାର ।

ସେଲଟର ହୋମରେ ଥିବା 44ଜଣ ଶିଶୁ ଅତ୍ୟନ୍ତ ଦୁର୍ବଳ ଦେଖାଯାଉଥିଲେ । ନିୟମ ଅନୁଯାୟୀ ପିଲାମାନଙ୍କୁ ଆଶ୍ରମର ଅଧିକାରୀ ପର୍ଯ୍ୟାପ୍ତ ପରିମାଣର ପୁଷ୍ଟିକର ଖାଦ୍ୟ ଦେଉନଥିବା କହିଛନ୍ତି ମୁଖ୍ୟ ବିକାଶ ଅଧିକରୀ ଜେ.ରେବା । ସେଠାରେ ଥିବା 44ଜଣ ଶିଶୁ୍ଙ୍କର ଯତ୍ନ ନେବା ପାଇଁ ଚୁକ୍ତି ଅନୁସାରେ 6ଜଣ ମହିଳା କର୍ମଚାରୀ ନିଯୁକ୍ତ ଥିବାବେଳେ ତିନୋଟି ପର୍ଯ୍ୟାୟରେ କେବଳ ଦୁଇଜଣ କର୍ମଚାରୀ ଥିବା ଜଣାପଡିଛି ।

ପିଲାମାନଙ୍କ ଉପଯୁକ୍ତ ଯତ୍ନ ଅଭାବରୁ ସେମାନେ ସେଠାରେ ଗୁରୁତର ଅବସ୍ଥାରେ ରହିଥିବା ନେଇ କେନ୍ଦ୍ର ପରିଚାଳନା ପକ୍ଷରୁ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଭାସ ଏନ ସିଂଙ୍କୁ କୁହାଯାଇଥିଲା । ସେପ୍ଟେମ୍ବର 19ରେ ଅତିରିକ୍ତ ଜିଲ୍ଲା ଜଜ୍ ଚିଠିରେ ଲେଖିଛନ୍ତି ପିଲାମାନେ ଯେତିକି ପରିମାଣର କ୍ଷୀର ଓ ଲାକ୍ଟୋଜିନ ପାଉଡର ପାଇବା କଥା ସେତିକି ପାଉନଥିଲେ । ଲାକ୍ଟୋଜିନ ପାଉଡର ଏବଂ ଖାଦ୍ୟ କିଣିବା ରେଜିଷ୍ଟର ବିଷୟରେ ପଚରାଯିବା ପରେ ଆଶ୍ରୟସ୍ଥଳୀ ଦାୟିତ୍ବରେ ଥିବା ଅଧିକାରୀଙ୍କ ପାଖରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା ।

ତେବେ ଅଚାନକ ତିନିଶିଶୁ ମୃତ୍ୟୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲାର ସେଲଟର ହୋମ ଯାଞ୍ଚ ପାଇଁ କମିଟିର ମୁଖ୍ୟ ଜଜ୍ ଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ କାରଣ ଜଣାପଡିଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.