ETV Bharat / bharat

ଧାରା 370 ହଟିବା ପରେ ଘାଟିରେ କଭରେଜ: ତିନି ଭାରତୀୟ ସାମ୍ବାଦିକଙ୍କୁ 2020 ପୁଲିଜର ସମ୍ମାନ - ଆସୋସିଏଟେଡ୍ ପ୍ରେସ ନ୍ୟୁଜ୍ ଏଜେନ୍ସି

ଜାମ୍ମୁ କାଶ୍ମୀରର ତିନି ଭାରତୀୟ ସାମ୍ବାଦିକଙ୍କୁ 2020 ପୁଲିଜର ପୁରସ୍କାରରେ ସମ୍ମାନିତ କରାଯାଇଛି । ସୋମବାର ତିନି ପୁରସ୍କାର ବିଜେତା - ଡାର ୟାସିନ, ମୁଖାର୍ ଖାନ ଏବଂ ଚାନ୍ନି ଆନନ୍ଦଙ୍କ ନାମ ଘୋଷଣା କରାଯାଇଥିଲା। ଅଧିକ ପଢନ୍ତୁ...

3 Indian journalists win Pulitzer Prize
ତିନି ଭାରତୀୟ ସାମ୍ବାଦିକଙ୍କୁ 2020 ପୁଲିଜର ସମ୍ମାନ
author img

By

Published : May 5, 2020, 2:11 PM IST

Updated : May 5, 2020, 8:08 PM IST

ୱାଶିଂଟନ: ଆସୋସିଏଟେଡ୍ ପ୍ରେସ ନ୍ୟୁଜ୍ ଏଜେନ୍ସି (ଏପି) ରେ ଫଟୋଗ୍ରାଫି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜାମ୍ମୁ କାଶ୍ମୀରର ତିନି ଭାରତୀୟ ସାମ୍ବାଦିକଙ୍କୁ 2020 ପୁଲିଜର ପୁରସ୍କାରରେ ସମ୍ମାନିତ କରାଯାଇଛି । ଗତ ସୋମବାର ତିନି ପୁରସ୍କାର ବିଜେତା - ଡାର ୟାସିନ, ମୁଖାର୍ ଖାନ ଏବଂ ଚାନ୍ନି ଆନନ୍ଦଙ୍କ ନାମ ଘୋଷଣା କରାଯାଇଥିଲା। ୟାସିନ୍ ଏବଂ ଖାନ୍ ଶ୍ରୀନଗରରେ ସାମ୍ବାଦିକତା କରୁଥିବା ବେଳେ ଆନନ୍ଦ ଜାମ୍ମୁରେ କରୁଥିଲେ । ୟାସିନ ଟ୍ୱିଟର ମାଧ୍ୟମରେ ସହକର୍ମୀ ଓ ଭାଇମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କାଶ୍ମୀର କଭରେଜ ପାଇଁ ସେମାନେ ଏହି ପୁରସ୍କାର ଜିତିଥିଲେ । ବିଶେଷକରି 2019 ଅଗଷ୍ଟ 5ରେ ରାଜ୍ୟରେ ଧାରା 370 ରଦ୍ଦ ହେବା ପରେ ଲାଗୁ ହୋଇଥିବା କର୍ଫ୍ୟୁ ସମୟରେ ଏହି ତିନି ଫଟୋଗ୍ରାଫର ଅପରିଚିତ ବ୍ୟକ୍ତିଙ୍କ ଘରେ ଲୁଚି ରହି ପନିପରିବା ବ୍ୟାଗରେ କ୍ୟାମେରା ଲୁଚାଇ ପୋଲିସ ଏବଂ ସାମରିକ କାର୍ଯ୍ୟ ତଥା ଦୈନନ୍ଦିନ ଜୀବନର ଚିତ୍ର କଏଦ କରିଥିଲେ । ସେତେବେଳେ ଫୋନ୍ ଏବଂ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ଥିଲା ।

ସେମାନେ ବିମାନବନ୍ଦରକୁ ଯାଇ ଯାତ୍ରୀମାନଙ୍କ ସାହାଯ୍ୟରେ ସେମାନଙ୍କ ଫଟୋ ଥିବା ମେମୋରୀ କାର୍ଡ କିମ୍ବା ପେନ୍ ଡ୍ରାଇଭ୍ ନେଇ ନୂଆଦିଲ୍ଲୀର ଏପି କାର୍ଯ୍ୟାଳୟରେ ପହଞ୍ଚାଇବାକୁ ପ୍ରବର୍ତ୍ତାଇ ଥିଲେ । ତେବେ ତିନି ବିଜେତାଙ୍କ ନାମ ଘୋଷଣା ପରେ ସେମାନେ ଶ୍ରୀନଗରରେ ଥିବା ତାଙ୍କ ପରିବାର ସହିତ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି ।

@ ANI

Last Updated : May 5, 2020, 8:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.