ETV Bharat / bharat

ଗୋଆ ପୋଲିସର ଅତର୍କିତ ଚଢାଉ, 3 କୋଟିର ମାଦକ ଦ୍ରବ୍ୟ ଜବତ

author img

By

Published : Oct 30, 2019, 9:40 AM IST

ଗୋଆ ପୋଲିସ ସ୍ଥାନୀୟ ଏକ ହୋଟେଲରେ ଚଢାଉ କରିଛି । ଚଢାଉ କରି ପୋଲିସ ପାଖାପାଖି 3 କୋଟି ଟଙ୍କାର ମାଦକ ଦ୍ରବ୍ୟ ଜବତ କରିଛି । ଏହା ସହିତ ଜଣେ ନାଇଜେରୀୟ ନାଗରିକଙ୍କୁ ଗିରଫ କରିଛି ପୋଲିସ ।

ପ୍ରତିକାତ୍ମକ ଫଟୋ

ପାଣାଜୀ; ମାଦକ ଦ୍ରବ୍ୟ କାରବାର ଅଭିଯୋଗରେ ଗୋଆ ପୋଲିସ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ଜଣକ ନାଇଜେରୀୟ ନାଗରିକ ବୋଲି ସୂଚନା ମିଳିଛି । ତେବେ ଜବତ ହୋଇଥିବା ମାଦକ ଦ୍ରବ୍ୟର ମୁଲ୍ୟ ପାଖାପାଖି 3 କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ନିକଟସ୍ଥ ଏକ ହୋଟଲରେ ଏହି ମାଦକ ଦ୍ରବ୍ୟ କାରବାର ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା । ସୂଚନା ପାଇବା ପରେ ସଦଳବଳେ ଗୋଆ ପୋଲିସ ସେଠାରେ ଚଢାଉ କରିଥିଲା । ସେଠାରୁ ପାଖାପାଖି 3 କୋଟି ଟଙ୍କାର ମାଦକ ଦ୍ରବ୍ୟ ଜବତ କରିଥିଲେ। ଏହା ସହିତ ଜଣେ ନାଇଜେରୀୟ ନାଗରିକକୁ ଗିରଫ କରିଥିଲା ଗୋଆ ପୋଲିସ ।

ଏନେଇ କଲାଙ୍ଗୁତ ଥାନା ଅଧିକାରୀ ନୋଲାସ୍କୋ ରାପୋସୋ କହିଛନ୍ତି, ଗିରଫ ହୋଇଥିବା ନାଇଜେରୀୟ ନାଗରିକ ଜଣକ ହେଉଛନ୍ତି ଇଫିନୟୀ ପାସ୍କୋଏଲ । ତାଙ୍କୁ ଗିରଫ କରାଯିବା ସହିତ କୋର୍ଟ ଚାଲାଣ କରାଯାଇଛି । ଏହା ସହିତ ସେ କହିଛନ୍ତି, ତାଙ୍କ ନିକଟରୁ ପ୍ରାୟ 760 ଗ୍ରାମର ଏମଫେଟାମିନ ବଟିକା, 106 ଗ୍ରାମର ଚରସ, ଦେଢ କେଜିର ଗଞ୍ଜେଇ ଏବଂ ଦୁଇ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି ।

Intro:Body:

national issue

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.