ETV Bharat / bharat

ବିଜୟୱାଡା କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା, 3 ଗିରଫ

author img

By

Published : Aug 11, 2020, 7:44 AM IST

ଅଗଷ୍ଟ 9 ତାରିଖରେ ବିଜୟୱାଡାର ଏକ କୋଭିଡ ହସ୍ପିଟାଲରେ ନିଆଁ ଲାଗିଥିଲା । ହସ୍ପିଟାଲରେ ଚିକିତ୍ସିତ ହେଉଥିବା 31 ରୋଗୀଙ୍କ ମଧ୍ୟରୁ 10 ଜଣଙ୍କ ମୃତ୍ୟୁ ହୋଇଥିଲା ।ଅଧିକ ପଢନ୍ତୁ...

ବିଜୟୱାଡା କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା, 3 ଗିରଫ
ବିଜୟୱାଡା କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା, 3 ଗିରଫ

ଅମରାବତୀ: ବିଜୟୱାଡା କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା । ଏକ ଘରୋଇ ହସ୍ପିଟାଲର ତିନି ଜଣ ଅଧିକାରୀ ଗିରଫ । ଅଗଷ୍ଟ 9 ତାରିଖରେ ଭୟଙ୍କର ଅଗ୍ନିକାଣ୍ଡ ଘଟି 10 ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ମହାମାରୀ କୋରୋନା ପାଇଁ 5 ତାରକା ହୋଟେଲକୁ କୋଭିଡ ହସ୍ପିଟାଲରେ ପରିଣତ କରାଯାଇଥିଲା ।

ରମେଶ ହସ୍ପିଟାଲ ଏହି ଷ୍ଟାର ହୋଟେଲକୁ ଲିଜରେ ନେଇ ପେଡ କୋଭିଡ କେୟାର ସେଣ୍ଟରରେ କରିଥିଲେ । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବାବେଳେ, ତୁରନ୍ତ 30 ଅଧିକ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଡାକ୍ତରଖାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୋଡାଲି ରାଜାଗୋପାଲା ରାଓ, ଜେନେରାଲ ମ୍ୟାନେଜର କୁରପତି ସୁଦର୍ଶନ ଏବଂ ନାଇଟ୍ ସିଫ୍ଟ ମ୍ୟାନେଜର ପାଲାବୋଥୁ ଭେଙ୍କଟେଶଙ୍କୁ ସୋମବାର ଗିରଫ କରାଯାଇଛି ବୋଲି ପୋଲିସ ଅଧିକାରୀ ବି ଶ୍ରୀନିବାସୁଲୁ ପ୍ରକାଶ କରିଛନ୍ତି।

ଷ୍ଟାର ହୋଟେଲରେ ସିସିସି ଚଳାଇବା ପାଇଁ ରାଓ କୃଷ୍ଣା ଜିଲ୍ଲା କର୍ତ୍ତୃପକ୍ଷଙ୍କ ଅନୁମତି ଆଣିଥିଲେ,ସୁଦର୍ଶନ ଏହି କେନ୍ଦ୍ରର ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ କହିଛନ୍ତି। ସେହିପରି ସେଣ୍ଟରରେ ରାତ୍ରୀ ମ୍ୟାନେଜର ଥିବା ଭେଙ୍କଟେଶ ନିଆଁ ଲାଗିବା ସମୟରେ ଏକ ରେଷ୍ଟୁରାଣ୍ଟରେ ଶୋଇ ରହିଥିଲେ ବୋଲି ପୋଲିସ କହିଛି ।

ରବିବାର ଏହି ଦୁର୍ଘଟଣା ପରେ ସ୍ଥାନୀୟ ତହସିଲଦାର ଥାନା ଏକ ମାମଲା ରୁଜୁ କରୁଥିଲେ । ରମେଶ ହସ୍ପିଟାଲ ଏବଂ ସ୍ୱର୍ଣ୍ଣା ପ୍ୟାଲେସ ହୋଟେଲର ମ୍ୟାନେଜମେଣ୍ଟଙ୍କ ବିରୋଧରେ ଧାରା 304 (2) ଏବଂ 308ରେ ଏକ ଅପରାଧିକ ମାମଲା ଦାୟର କରିଥିଲେ। ଏପରିକି ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଜଣାଥିଲା ଯେ ହୋଟେଲରେ ଇଲେକ୍ଟ୍ରିସିଟି ଡିଫେକ୍ଟ ରହିଛି, ତଥାପି କୌଣସି ମରାମତି କାର୍ଯ୍ୟ କରାଯାଇ ନଥିଲା ଅଭିଯୋଗ କରିଛନ୍ତି ତହସିଲଦାର୍ ପି ଜୟଶ୍ରୀ । ସେପଟେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ କମିଶନର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.