ଶ୍ରୀନଗର: ସୀମାରେ ପୁଣିଥରେ ପାକିସ୍ତାନକୁ କଡା ଜବାବ ଦେଇଛି ଭାରତ । ପାକିସ୍ତାନ ପକ୍ଷରୁ କରାଯାଇଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନର ଜବାବରେ ୩ରୁ 4 ପାକିସ୍ତାନ ସୈନିକଙ୍କୁ ନିପାତ କରିଛନ୍ତି ଭାରତୀୟ ସେନା ।
ଜମ୍ମୁ-କାଶ୍ମୀର ପୁଞ୍ଛ ରାଜୌରୀ ସେକ୍ଟର ନିକଟସ୍ଥ ଏଲଓସିରେ ଗୁରୁବାର ରାତିରେ ହଠାତ୍ ପାକିସ୍ତାନ ସେନା ଗୁଳିଗୋଳା ବର୍ଷଣ କରିଥିଲା । ଏଥିସହ ସେମାନେ ଭାରତୀୟ ସେନା କ୍ୟାମ୍ପ ଉପରେ ମୋର୍ଟାର ମାଡ଼ ମଧ୍ୟ କରିଥିଲେ ।
ତେବେ ଭାରତୀୟ ସେନା ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା । ଏଥିରେ ପାକିସ୍ତାନର କିଛି କ୍ୟାମ୍ପ ଧ୍ବଂସବିଧସ୍ତ ହୋଇଥିବା ବେଳେ ଭାରତୀୟ ସେନାର ଗୁଳିରେ ୩-4 ଜଣ ପାକ୍ ଯବାନ ନିହତ ହୋଇଥିବା ସେନା ସୂଚନା ମିଳିଛି ।