ETV Bharat / bharat

ଆସାମରେ ଜାପାନୀ ଏନସେଫାଲାଇଟ୍ସ ଆତଙ୍କ, 28 ମୃତ

author img

By

Published : Jul 2, 2019, 4:34 PM IST

ଆସାମରେ ଜାପାନୀ ଏନସେଫାଲାଇଟ୍ସ ଆତଙ୍କ । ଜାପାନୀ ଜ୍ବରରେ 28 ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । 100ରୁ ଅଧିକ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ।

ପ୍ରତିକାତ୍ମକ ଫଟୋ

ଗୌହାଟି: ଆସାମରେ ଜାପାନୀ ଏନସେଫାଲାଇଟ୍ସ ଆତଙ୍କ । ଜାପାନୀ ଜ୍ବରରେ ପ୍ରାଣ ହରାଇଲେଣି 28 ଜଣ । 100ରୁ ଅଧିକ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ଫଳରେ ସରକାର 4 ଜଣିଆ ଟିମ୍‌ ଗଠନ କରି ସ୍ଥିତି ଉପରେ ଅନୁଧ୍ୟାନ କରୁଛନ୍ତି ।

ଏହି ଟିମ୍‌ ବିଭିନ୍ନ ଡାକ୍ତରଖାନା ପରିଭ୍ରମଣ କରି ଜାପାନୀ ଜ୍ବର ରୋଗୀଙ୍କୁ ସଠିକ୍‌ ଚିକିତ୍ସା ମିଳୁଛି କି ନାହିଁ ଅନୁଧ୍ୟାନ କରିବେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହା ସହ ସରକାର ରୋଗକୁ ନିୟନ୍ତ୍ରଣାଧିନ କରିବାକୁ ବିଭିନ୍ନ ପଦକ୍ଷେପ ନେଉଥିବା ସେ କହିଛନ୍ତି ।

ସୂଚନା ଥାଉକି, ଜାପାନୀ ଏନସେଫାଲାଇଟ୍ସ କ୍ୟୁଲେକ୍ସ ମଶା କାମୁଡିଲେ ହୁଏ । ବିଶେଷ କରି ଧାନ ଜମି ଓ ପାଣି ଗଚ୍ଛିତ ରହୁଥିବା ସ୍ଥାନମାନଙ୍କରେ ଏହି ମଶାମାନଙ୍କର ଉତ୍ପତ୍ତି ହୁଏ । ତେବେ ଏହା ଘୁଷୁରୀ ଓ ବାହାରୁ ଆସୁଥିବା ପକ୍ଷୀ ମାନଙ୍କ ଜରିଆରେ ଅଧିକ ବ୍ୟାପିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.