ETV Bharat / bharat

ଇରାନରୁ ଉଦ୍ଧାର ହେଲେ 277 ଭାରତୀୟ - କୋରୋନା ଭାଇରସ୍ ନ୍ୟୁଜ

ବୁଧବାର ଇରାନରୁ 277 ଭାରତୀୟଙ୍କୁ ଯୋଧପୁର ଅଣାଯାଇଛି ।

277 Indians were brought to Jodhpur
ଇରାନରୁ ଉଦ୍ଧାର ହେଲେ 277 ଭାରତୀୟ
author img

By

Published : Mar 25, 2020, 9:25 AM IST

ଜୟପୁର: ବିଶ୍ବରେ ଉଗ୍ର ରୂପ ନେବାକୁ ବସିଲାଣି ମାରାତ୍ମକ କୋରୋନା ଭାଇରସ । ତେଣୁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ତେବେ ଏହା ପୂର୍ବରୁ ହଜାର ହଜାର ଭାରତୀୟଙ୍କୁ ବିଦେଶରୁ ଉଦ୍ଧାର କରାଯାଇଥିବା ବେଳେ ବୁଧବାର ଇରାନରୁ ଆଉ 277 ଭାରତୀୟଙ୍କୁ ଯୋଧପୁର ଅଣାଯାଇଛି ।

ଇରାନରୁ ଉଦ୍ଧାର ହେଲେ 277 ଭାରତୀୟ

ଇରାନରେ ଫସି ରହିଥିବା 277 ଭାରତୀୟଙ୍କୁ ନେଇ ଏୟାରଇଣ୍ଡିଆ ବିମାନ ବୁଧବାର ଭୋର 4.45ରେ ଯୋଧପୁର ବିମାନ ବନ୍ଦରରେ ଅବତରଣ କରିଥିଲା। ଯୋଧପୁରରେ ପହଞ୍ଚିବା ଡକ୍ଟର ଏସଏନ ମେଡିକାଲ କଲେଜର ଟିମ୍ ସମସ୍ତ ଭାରତୀୟଙ୍କ ସ୍କ୍ରିନିଂ କରିଥିଲେ । ଏହାପରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ସେମାନଙ୍କ ଜିନିଷପତ୍ର ଯାଞ୍ଚ କରିଥିଲେ । ଏହାପରେ ସମସ୍ତ ଯାତ୍ରୀଙ୍କୁ ଏକ ଗାଡି ଯୋଗେ ୱେଲନେସ ସେଣ୍ଟର ପଠାଯାଇଛି । ଯେଉଁଠାରେ ସେମାନଙ୍କୁ 14 ଦିନ ରଖାଯିବା ସହ ସେମାନଙ୍କର ଆଉ ଥରେ ପରୀକ୍ଷା କରାଯିବ ।

ତେବେ ଉଦ୍ଧାର ହୋଇଥିବା 277 ଭାରତୀୟଙ୍କ ମଧ୍ୟରେ ମହିଳା, ଶିଶୁ, ବୃଦ୍ଧ ଏବଂ ଯୁବକ ରହିଛନ୍ତି । ସମସ୍ତେ ଲଦାଖ ଅଞ୍ଚଳର ଥିବା ଜଣାପଡିଛି । ତେବେ ଇରାନରେ ମଧ୍ୟ ସମସ୍ତ ଭାରତୀୟଙ୍କ କୋରୋନା ପରୀକ୍ଷା କରାଯାଇଥିଲା ମାତ୍ର ସେଠାରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.