ETV Bharat / bharat

ପୁଣି ସକ୍ରିୟ ବାଲାକୋଟ କ୍ୟାମ୍ପ, ପ୍ରଶିକ୍ଷଣ ନେଉଛନ୍ତି 27 ଆତଙ୍କୀ - ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମୋହମ୍ମଦ

ଭାରତରେ ପୁଲୱାମା ଭଳି ଆଉ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଯୋଜନା କରୁଛି ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈସ ଇ ମହମ୍ମଦ । ଏଥିପାଇଁ ବାଲାକୋଟରେ ପ୍ରଶିକ୍ଷଣ ନେଉଛନ୍ତି ଏହି ସଙ୍ଗଠନର 27 ଆତଙ୍କବାଦୀ । ଗତ ବର୍ଷ ଫେବୃଆରୀ 26 ତାରିଖରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା ବାଲାକୋଟର ଟେରର୍‌ କ୍ୟାମ୍ପ ।

terrorists attack
ବାଲୋକୋଟ
author img

By

Published : Feb 7, 2020, 10:37 AM IST

ନୂଆଦିଲ୍ଲୀ: ଭାରତରେ ପୁଲୱାମା ଭଳି ଆଉ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଯୋଜନା କରୁଛି ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈସ ଇ ମହମ୍ମଦ । ଏଥିପାଇଁ ବାଲାକୋଟରେ ପ୍ରଶିକ୍ଷଣ ନେଉଛନ୍ତି ଏହି ସଙ୍ଗଠନର 27 ଆତଙ୍କବାଦୀ । ଗତ ବର୍ଷ ଫେବୃଆରୀ 26 ତାରିଖରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା ବାଲାକୋଟର ଟେରର୍‌ କ୍ୟାମ୍ପ । ଏନେଇ ଗୁଇନ୍ଦା ବିଭାଗ ଏବଂ କାଉଣ୍ଟର ଟେରର ଅପରେଟିଭ ପକ୍ଷରୁ ସୂଚନା ଦିଆଯାଇଛି ।

ଗତବର୍ଷ ଫେବୃଆରୀ 14 ତାରିଖରେ ଜମ୍ମୁ କଶ୍ମୀରର ପୁଲୱାମାରେ ଜୈସ ଆତଙ୍କୀ ସଙ୍ଗଠନ ଦ୍ବାରା ସିଆରପିଏଫ ଉପରେ ହୋଇଥିବା ଆକ୍ରମଣରେ 40ରୁ ଉର୍ଦ୍ଧ୍ବ ଯବାନ ଶହୀଦ ହୋଇଥିଲେ । ଏହାର ଜବାବ ଦେବାକୁ ଫେବୃଆରୀ 26 ତାରିଖରେ ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟରେ ଥିବା ଜୈସ ଇ ମହମ୍ମଦ କ୍ୟାମ୍ପ ଉପରେ ଏୟାରଷ୍ଟ୍ରାଇକ କରାଯାଇଥିଲା ।

ଏଥିରେ ବାଲାକୋଟରେ ଥିବା ଜୈସ ଇ ମହମ୍ମଦର ଟେରର କ୍ୟାମ୍ପ ମାଟିରେ ମିଶି ଯାଇଥିଲା । ଏଥିରେ ଟଳି ପଡିଥିଲେ ଅନେକ ଆତଙ୍କବାଦୀ । ବର୍ତ୍ତମାନ ଏହି ସଙ୍ଗଠନକୁ ପରିଚାଳନା କରୁଛି ଆତଙ୍କବାଦୀ ମସୁଦ ଆଜହରର ପୁଅ ୟୁସୁଫ ଅଜହର । ଭାରତରେ ବଡ ଧରଣର ଆକ୍ରମଣ କରିବାକୁ ସେ ହିଁ 27 ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଉଛି ।

କାଉଣ୍ଟର ଟେରର ଅପରେଟିଭ୍ସ ଅନୁଯାୟୀ, ବାଲକୋଟ ଆତଙ୍କବାଦୀ ଶିବିରରେ ପ୍ରଶିକ୍ଷଣ ନେଉଥିବା ଏହି 27 ଆତଙ୍କବାଦୀଙ୍କ ମଧ୍ୟରୁ 8ଜଣ ପାକିସ୍ତାନ ଅଧିକୃତ କାଶ୍ମୀରର । ସେମାନଙ୍କୁ ପାକିସ୍ତାନର ପଞ୍ଜାବର 2 ଏବଂ ଆଫଗାନିସ୍ତାନର 3 ଜଣ ପ୍ରଶିକ୍ଷକ ପ୍ରଶିକ୍ଷଣ ଦେଉଛନ୍ତି । ଚଳିତ ସପ୍ତାହ ସୁଦ୍ଧା ସେମାନଙ୍କର ପ୍ରଶିକ୍ଷଣ ଶେଷ ହୋଇଯିବ । ଏହାପରେ ସେମାନେ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରିବେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.