ETV Bharat / bharat

କୋରୋନା କାଳରେ ମାଲାମାଲ ଝାଡଖଣ୍ଡ ସରକାର, ମିଳିଲା 250 କେଜିର ସୁନାଭଣ୍ଡାର

ଝାଡ଼ଖଣ୍ଡର ଜାମସେଦପୁର ପୂର୍ବ ସିଂହଭୂମ ଜିଲ୍ଲାର ଭିତରଜାରୀ ଅଞ୍ଚଳରେ 250 କିଲୋର ସୁନାର ଭଣ୍ଡାର ମିଳିଛି । ଏହା ରାଜ୍ୟ ସରକାରଙ୍କ ରାଜକୋଷକୁ 120 କୋଟି ଟଙ୍କା ଯୋଗାଇବ ବୋଲି ଆଶା କରାଯାଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ସଙ୍କଟରେ ମାଲାମାଲ ହେଲା ଝାଡଖଣ୍ଡ ସରକାର

author img

By

Published : Jun 4, 2020, 6:44 PM IST

ରାଞ୍ଚି: କୋରୋନା କାଳରେ ଝାଡ଼ଖଣ୍ଡ ପାଇଁ ଖୁସି ଖବର । ଜାମସେଦପୁର ପୂର୍ବ ସିଂହଭୂମ ଜିଲ୍ଲାର ଭିତରଜାରୀ ଅଞ୍ଚଳରେ 250 କେଜିର ସୁନାର ଭଣ୍ଡାର ମିଳିଛି । ଭାରତୀୟ ଭୂଗର୍ଭ ସଂରକ୍ଷଣ ବିଭାଗର ଉପମହାନିର୍ଦ୍ଦେଶକ ଜନାର୍ଦନ ପ୍ରସାଦ ଏବଂ ନିର୍ଦ୍ଦେଶକ ପଙ୍କଜ କୁମାର ସିଂ ରାଜ୍ୟ ଖଣି ସଚିବ ଅବୁବାକର ସିଦ୍ଦିକିଙ୍କୁ ଏହି ସୁନାର ଭଣ୍ଡାର ଉପରେ ଏକ ରିପୋର୍ଟ ଦେଇଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଭିତରଜାରୀ ଖଣିରେ 250 କେଜିର ସୁନା ଗଚ୍ଛିତ ଅଛି ।

ଏହି ଖଣିର ନିଲାମ ପାଇଁ ଝାଡଖଣ୍ଡ ସରକାର ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହା ରାଜ୍ୟ ସରକାରଙ୍କ ରାଜକୋଷକୁ 120 କୋଟି ଟଙ୍କା ଯୋଗାଇବ ବୋଲି ଆଶା କରାଯାଉଛି । ଭିତରଜାରୀରେ ସୁନାର ଭଣ୍ଡାର ଖୋଜିବା କାମ ପଙ୍କଜ କୁମାର ସିଂହଙ୍କ ନିର୍ଦ୍ଦେଶରେ ଚାଲିଥିଲା । ଏଥିରେ ବିଭିନ୍ନ ଗୁଣବତ୍ତାର ସୁନା ପରିମାଣ ଚିହ୍ନଟ ହୋଇଛି । ବିଭିନ୍ନ କିସମର ସୁନା ଖଣିରୁ 250 କିଲୋଗ୍ରାମ ସୁନା ବାହାରିବାର ସମ୍ଭାବନା ଅଛି ।

ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ଦେଶରେ ଗୋଲ୍ଡ ଷ୍ଟଫ୍ ଭାବେ ବିକଶତି ରାଜ୍ୟ ଝାଡଖଣ୍ଡ ହେବାର ସମ୍ଭାବନା ରହିଛି । ଏହାପୂର୍ବରୁ ଲାଭା, କୁନ୍ଦରକୋଚା, ପହାଡଡିହା ଏବଂ ପରାସିରେ ସୁନାର ଭଣ୍ଡାର ଥିବା ଅନୁସନ୍ଧାନ ହୋଇସାରିଛି । ରାଜ୍ୟର ଆଉ ସାତୋଟି ସ୍ଥାନରେ ସୁନା ଖଣି ଚିହ୍ନଟ କରାଯାଇଛି । ଆଗାମୀ ଦିନରେ ଏହି ସ୍ଥାନଗୁଡିକରେ ସନ୍ଧାନ କାର୍ଯ୍ୟକୁ ଆଗକୁ ବଢାଇଦିଆଯିବା ବୋଲି କୁହାଯାଉଛି । ରାଞ୍ଚି ଏବଂ ତାମର ମଧ୍ୟରେ ସୁନା ଖଣି ଖୋଜିବା କାର୍ଯ୍ୟ ବହୁ ବର୍ଷ ଧରି ଚାଲିଛି । ଅନେକ ସ୍ଥାନରେ ସ୍ବର୍ଣ୍ଣରେଖା ନଦୀର ବାଲିରୁ ସୁନା କଣିକା ମଧ୍ୟ ଫିଲ୍ଟର କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.