ମୁମ୍ବାଇ: ମହାରାଷ୍ଟ୍ରରେ ଭୟଙ୍କର ରୂପ ଧାରଣ କରିଛି କୋରୋନା ଭାଇରସ ସଂକ୍ରମଣ । ଦେଶର ସର୍ବାଧିକ ସଂକ୍ରମିତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ରହିଛି । ଯେଉଁଠି ବର୍ତ୍ତିମାନ ସୁଦ୍ଧା 9,67,349 ଜଣ ମୋଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ 27,787 ଜଣଙ୍କର ମୃତ୍ୟୁ ହୋଇଛି ।
ତେବେ ଏପରି କ୍ଷେତ୍ରରେ ବେଶି ପ୍ରଭାବିତ ହେଉଛନ୍ତି ଆଗଧାଡିର କୋରୋନା ଯୋଦ୍ଧା । ମହାରାଷ୍ଟ୍ର ପୋଲିସର ସୂଚନା ମୁତାବକ, ଗତ 24 ଘଣ୍ଟାରେ ରାଜ୍ୟରେ 244 ଜଣ ପୋଲିସ ସଂକ୍ରମିତ ହୋଇଥିବେଳେ, 4 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ସର୍ବମୋଟ 18,216 ଜଣ ପୋଲିସ ସଂକ୍ରମିତ ହୋଇଛନ୍ତି ।
ଏମାନଙ୍କ ମଧ୍ୟରୁ 14 ହଜାର 456 ଜଣ ସୁସ୍ଥ ହୋଇଥିବାବେଳେ, 184 ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ବର୍ତ୍ତମାନ ସ୍ଥିତିରେ 3 ହଜାର 576 ଜଣ ଚିକିତ୍ସାଧୀନ ରହିଛନ୍ତି ।