ETV Bharat / bharat

ଯୁବକଙ୍କ ମହାନତା: ବାଣ୍ଟିଲେ 2000ରୁ ଊର୍ଦ୍ଧ୍ବ ମାସ୍କ, ସାଉଁଟିଲେ ପ୍ରଶଂସା - ସିନେମାଟୋଗ୍ରାଫର ମାଗଣାରେ ବାଣ୍ଟୁଛନ୍ତି ମାସ୍କ

ସିନେମାଟୋଗ୍ରାଫର ମାଗଣାରେ ବାଣ୍ଟୁଛନ୍ତି ମାସ୍କ । 2,000 ରୁ ଅଧିକ ମାସ୍କ ବାଣ୍ଟି ସାଉଁଟିଲେ ପ୍ରଶଂସା । ଅଧିକ ପଢନ୍ତୁ....

24-Year-Old Man, Mother In Delhi Provide Free Masks For Poor
ସିନେମାଟୋଗ୍ରାଫର ମାଗଣାରେ ବାଣ୍ଟୁଛନ୍ତି ମାସ୍କ
author img

By

Published : Jun 14, 2020, 3:22 PM IST

ନୂଆଦିଲ୍ଲୀ : କୋରୋନାରୁ ରକ୍ଷା ପାଇବା ପାଇଁ ମାସ୍କକୁ ଏକ ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି । ଏପରିକି ଅନେକ ସଂଗଠନ ପକ୍ଷରୁ ମଧ୍ୟ ଗରିବ ଲୋକଙ୍କୁ ମାସ୍କ ବଣ୍ଟନ କରାଯାଉଛି । ଦିଲ୍ଲୀର ଚିତ୍ତରଞ୍ଜନ ପାର୍କ ଅଞ୍ଚଳରେ ରହୁଥିବା 24 ବର୍ଷୀୟ ସୌରଭ ଓ ତାଙ୍କ ମାଆ ମିଶି ଗରିବ ଲୋକଙ୍କୁ ମାଗଣାରେ ମାସ୍କ ବଣ୍ଟନ କରୁଛନ୍ତି । ମାସ୍କ ବାଣ୍ଟନ୍ତୁ ଓ ସୁରକ୍ଷିତ ରୁହନ୍ତୁ ,‘‘ପିକ ଓ୍ବାନ ସେଫ ଓ୍ବାନ’’ ଏଭଳି ଭାବରେ ଏକ ନିଆରା ଉଦ୍ୟମ ସେ ଆରମ୍ଭ କରିଛନ୍ତି ।

ସିନେମାଟୋଗ୍ରାଫର ସୌରଭ ଦାସ ଏ-ପର୍ଯ୍ୟନ୍ତ 2,000ରୁ ଅଧିକ ମାସ୍କ ବାଣ୍ଟିସାରିଛନ୍ତି । ଏହି ମାସ୍କ ଗୁଡିକୁ ଯାହା ତାଙ୍କ ମା ଲକ୍ଷ୍ମୀ ଘରେ ତିଆରି କରନ୍ତି । ପ୍ରତିଦିନ ପ୍ରାୟ 25ରୁ 40 ମାସ୍କ ତିଆରି କରିନ୍ତି । ଏବଂ 5ଟି ବାକ୍ସରେ ସେ ସବୁ ମାସ୍କକୁ ଚିତ୍ତରଞ୍ଜନ ଅଞ୍ଚଳର ବିଭିନ୍ନ ସ୍ଥାନରେ ରଖନ୍ତି । ଏପରିକି ଯେଉଁ ବ୍ୟକ୍ତି ମାସ୍କ ଭୁଲିଯାଇଥିବେ ସେ ମଧ୍ୟ ସେହି ବାକ୍ସରୁ ଗୋଟିଏ ମାସ୍କ ନେଇପାରିବେ ।

ଯେପରି ଗରିବ ଲୋକେ ମାସ୍କରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଏଭଳି ଏକ ଉଦ୍ୟମ ଆରମ୍ଭ କରିଥିବା ସେ କହିଛନ୍ତି । କେବେଳ ଗରିବ ଲୋକଙ୍କୁ ନୁହଁନ୍ତି, ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ମାସ୍କ ବଣ୍ଟନ କରିଛନ୍ତି ସୌରଭ । ତେବେ ମାସ୍କ ତିଆରି କରିବା ପାଇଁ ଦରକାର ହେଉଥିବା କପଡା ସୌରଭଙ୍କ ମାମୁଁ ଯୋଗାଇ ଦିଅନ୍ତି । ତେବେ ସୌରଭଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ତେବେ ଚିତ୍ତରଞ୍ଜନ ଅଞ୍ଚଳରେ ଜଣେ ସେଲୁନ ମାଲିକ ନବୀନ ଚନ୍ଦ୍ରଶେଲ କହିଛନ୍ତି ଯେ, କୋରୋନା ପାଇଁ ମାସ୍କ ଜରୁରୀ । ଯେଉଁମାନେ ସେମାନଙ୍କର ମାସ୍କ ଭୁଲିଯାଆନ୍ତି ଦୋକାନ କଡରେ ରଖାଯାଇଥିବା ବାକ୍ସରୁ ଗୋଟିଏ ମାସ୍କ ନେବାକୁ ସେ କୁହନ୍ତି । ଦେଶରେ ବଢିବାରେ ଲାଗିଛି କୋରୋନା ପଜେଟିଭଙ୍କ ସଂଖ୍ୟା । ଦିଲ୍ଲୀରେ କୋରୋନା ପଜେଟିଭଙ୍କ ସଂଖ୍ୟା 38958 ରହିଥିବା ବେଳେ 1271 ଜଣଙ୍କ ମୃତ୍ୟୁ ହୋଇଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.