ବେଙ୍ଗାଲୁରୁ: ଅପରାଧ ଜାଲରେ ଫସିଛି ରାଜ୍ୟ । କର୍ଣ୍ଣାଟକର କାଲାବୁରଗିରେ ବଢି ଚାଲିଛି ଜୁଆ ଆଡ୍ଡା। ଗତ ରାତିରେ ପୋଲିସ ଚଢାଉ କରି 24 ଜଣଙ୍କୁ ଗିରଫ କରିଛି ।
ରାଜ୍ୟରେ କମିବାର ନାଁ ନେଉନି ଅପରାଧ । ବଢି ଚାଲିଛି ଅପରାଧ । କର୍ଣ୍ଣାଟକର କୋଲୁଆ ଗାଁରେ ଜୁଆ ଖେଳ ଚାଲିଥିବାବେଳେ ପୋଲିସ ଚଢାଉ କରିଥିଲା । 24ଜଣଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରୁ ନଗଦ 3 ଲକ୍ଷ 51ହଜାର 60ଟଙ୍କା ଜବତ କରିଛି କର୍ଣ୍ଣାଟକ ପୋଲିସ ।
ପୋଲିସ ଘଟଣାର ଅଧିକ ତଦନ୍ତ କରି ଜୁଆ ଆଡ୍ଡାଗୁଡିକୁ ରେଡ କରିବ ବୋଲି କାଲାବୁରଗି ପୋଲିସ କମିଶନର ଏନ ସତୀଶ କୁମାର କହିଛନ୍ତି ।