ETV Bharat / bharat

23 ତବଲିଗ ଜାମାତ ସଦସ୍ୟଙ୍କୁ ଘରକୁ ଯିବାକୁ ମିଳିଲା ଅନୁମତି

author img

By

Published : Jul 27, 2020, 5:30 PM IST

ସଦସ୍ୟମାନଙ୍କଠାରୁ 5,000 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ଏବଂ ସେମାନଙ୍କୁ ନିଜ ନିଜ ଦେଶକୁ ଫେରିବାକୁ ଅନୁମତି ଦିଆଯାଇଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

 ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କଳା ତାଲିକାଭୁକ୍ତ ତଥା ଭିସା ବାତିଲ ହେବା ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା 23 ତବଲିଗ ଜାମାତ ସଦସ୍ୟଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଇଛି। ଏନେଇ ସୋମବାର କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛି । ସଦସ୍ୟମାନଙ୍କଠାରୁ 5,000 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ଏବଂ ସେମାନଙ୍କୁ ନିଜ ନିଜ ଦେଶକୁ ଫେରିବାକୁ ଅନୁମତି ଦିଆଯାଇଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

15 ଟି ଦେଶର 24 ଜଣ ବିଦେଶୀ ଏହା ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ନିକଟରେ ଆବେଦନ କରିଥିଲେ ଯେ, ସେମାନଙ୍କୁ କୌଣସି ବ୍ୟକ୍ତିଗତ ନିର୍ଦ୍ଦେଶ ଦିଆଯାଇ ନାହିଁ। ଏହି ଆବେଦନକାରୀମାନେ ସେମାନଙ୍କ ବିରୋଧରେ ଲାଗିଥିବା ଅଭିଯୋଗକୁ ସ୍ବୀକାର କରିଥିଲେ । କାରଣ ସେମାନେ ବିଚାରର ସମ୍ମୁଖୀନ ହେବାକୁ ଇଚ୍ଛୁକ ନଥିଲେ। ସଲିସିଟର ଜେନେରାଲ ତୁଷାର ମେହେତା ଏନେଇ କହିଛନ୍ତି, ମୋଟ ଆବେଦନକାରୀଙ୍କ ମଧ୍ୟରୁ 9 ଜଣ ଏହି ମାମଲାର ଶୁଣାଣି କରିବାକୁ ଇଚ୍ଛୁକ ଥିଲେ । ଏହି ଶୁଣାଣି ବିଭିନ୍ନ କୋର୍ଟରେ ବିଚାରାଧୀନ ଅଛି।

ଜଷ୍ଟିସ ଏମ ଖାନୱିଲକରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ତୁଷାର ମେହେତାଙ୍କୁ କହିଥିଲେ, ମାମଲାର ଶୁଣାଣି ଶୀଘ୍ର ସମାପ୍ତି ପାଇଁ କ’ଣ କରାଯାଇପାରିବ । ଏହା ଉପରେ ବିଚାର କରିବାକୁ ଖଣ୍ଡପୀଠ ତୁଷାର ମେହତାଙ୍କୁ କହିଥିଲେ । ଏଥିସହ ଆବେଦନକାରୀଙ୍କ ସମସ୍ୟା ଉପରେ ମଧ୍ୟ ଗୁରୁତ୍ବ ଦେବାକୁ ସେ କହିଥିଲେ ।

ତେବେ 22 ଆବେଦନକାରୀଙ୍କ ପାସପୋର୍ଟ ମିଳିବାରେ ସମସ୍ୟା ରହିଛି ବୋଲି ଆବେଦନକାରୀଙ୍କ ଓକିଲ କୋର୍ଟଙ୍କୁ କହିଥିଲେ । କୋର୍ଟ ଏହି ମାମଲାକୁ 31 ଜୁଲାଇ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।

ଦିଲ୍ଲୀର ନିଜାମୁଦ୍ଦିନରେ ଥିବା ତବଲିଗ ଜାମାତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଦେଶୀ ନାଗରିକଙ୍କ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିଥିଲେ। ସେମାନେ କରୋନା ପାଇଁ ପ୍ରଯୁଜ୍ୟ ଲକଡାଉନ୍ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ ତାଙ୍କୁ କଳା ତାଲିକାଭୁକ୍ତ କରାଯାଇଥିଲା ଏବଂ ସେମାନଙ୍କର ଭିସା ବାତିଲ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.