ମୁମ୍ବାଇ:ଦେଶରେ ସର୍ବାଧିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ରହିଛି । ଏଠାରେ 225 ଜଣଙ୍କ ଠାରେ କୋରୋନା ଚିହ୍ନଟ ହୋଇଥିବାବେଳେ, 10ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ନଜରରେ ରଖି 23ଟି ଲାବୋରେଟୋରୀକୁ କୋରୋନା ହସ୍ପିଟାଲ ନିର୍ମାଣ କରିବାକୁ ଯାଉଛି ମହାରାଷ୍ଟ୍ର ।
ଏହି 23ଟି ଲାବୋରେଟୋରୀ ମଧ୍ୟରେ 10 ସରକାରୀ ରହିଥିବାବେଳେ, 13ଟି ବେସରକାରୀ ରହିଛି । ଆଉ ଏନେଇ ICMRପକ୍ଷରୁ ସ୍ବୀକୃତି ମିଳିସାରିଛି । ତେବେ ବେସରକାରୀ ହସ୍ପିଟାଲରୁ କୌଣିସ ରିପୋର୍ଟ ଆସିବା ପୂର୍ବରୁ ଏହାକୁ ସ୍ବାସ୍ଥ୍ୟ ବିଭାଗ ଯାଞ୍ଚ କରିବ । ଏନେଇ ମହାରାଷ୍ଟ୍ରର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।