ETV Bharat / bharat

ପୋଲିସର ଅକଥନୀୟ ଅତ୍ୟାଚାର ସହିନପାରି ଯୁବତୀଙ୍କ ଆତ୍ମହତ୍ୟା - suicide due to police torture

ଜଣେ ଅଭିଯୁକ୍ତଙ୍କ ପରିବାର ଉପରେ ପୋଲିସର ଅକଥନୀୟ ଅତ୍ୟାଚାର ଯୋଗୁଁ ଅଭିଯୁକ୍ତର 22 ବର୍ଷୀୟା ଭଉଣୀଙ୍କ ଆତ୍ମହତ୍ୟା ଅଭିଯୋଗ । ଅଧିକ ପଢନ୍ତୁ...

ପୋଲିସର ଅକଥନୀୟ ଅତ୍ୟାଚାରରେ ଯୁବତୀଙ୍କ ଆତ୍ମହତ୍ୟା

author img

By

Published : Dec 27, 2020, 6:01 PM IST

ଚଣ୍ଡୀଗଡ: ପୋଲିସର ଅକଥନୀୟ ଅତ୍ୟାଚାରରେ ମାନସିକ ଭାରସାମ୍ୟ ହରାଇ 22 ବର୍ଷୀୟା ଯୁବତୀଙ୍କ ଆତ୍ମହତ୍ୟା । ହରିୟାଣା ଫରିଦାବାଦରୁ ଏଭଳି ସମ୍ବେଦନଶୀଳ ଖବର ପ୍ରକାଶ ପାଇଛି । ସାଇବର ଅପରାଧରେ ସମ୍ପୃକ୍ତ ଜଣେ ଅଭିଯୁକ୍ତର ପରିବାର ଉପରେ ପୋଲିସର ବର୍ବରତା ଯୋଗୁଁ ଅଭିଯୁକ୍ତଙ୍କ ଭଉଣୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ଫରିଦାବାଦ ଅଞ୍ଚଳରେ ରହୁଥିବା ଶଙ୍କର ନାମକ ଜଣେ ବ୍ୟକ୍ତିଙ୍କ ଘରେ ସାଇବର ଅପରାଧ ମାମଲାରେ ପୋଲିସ ଚଢାଉ କରିଥିଲା । ରାତି ତମାମ ପୋଲିସ ଅଭିଯୁକ୍ତ ଶଙ୍କରର ପରିବାର ଲୋକଙ୍କୁ କଟୁ କଥା କହିବା ସହ ନାନା ଅତ୍ୟାଚାର କରିଥିଲା । ଘଟଣାର ପରଦିନ ମଧ୍ୟ ପୋଲିସ ତାଙ୍କ ପରିବାର ଲୋକଙ୍କୁ ଥାନାକୁ ନେଇ ଥାର୍ଡ ଡିଗ୍ରୀ ଦେଇଥିଲା । ଯାହାକୁ ସହ୍ୟ କରିନପାରି ଅଭିଯୁକ୍ତଙ୍କ 22 ବର୍ଷୀୟା ଭଉଣୀ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ମୃତକଙ୍କ ଭାଉଜଙ୍କ ଅଭିଯୋଗ ଅନୁଯାୟୀ, ସେ ନିଜ ସ୍ବାମୀଙ୍କ କାର୍ଯ୍ୟ ସମ୍ପର୍କରେ କିଛି ବି ଜାଣିନଥିଲେ । ସେ ଯେବେ ବି ଶଙ୍କରଙ୍କୁ ତାଙ୍କ କାର୍ଯ୍ୟ ବାବଦରେ ପଚାରନ୍ତି, ସେ ପ୍ରତିଥର କଥା ଟାଳିଥାଏ । ଗତ ଗୁରୁବାର ଦିନ ଶଙ୍କର ଘରେ ନଥିବା ସମୟରେ ରାତିରେ ପୋଲିସ ତାଙ୍କ ଘରକୁ ଆସି କବାଟ ବାଡେଇଥିଲା । ମହିଳା ଜଣକ ଯେମିତି କବାଟ ଖୋଲିଛନ୍ତି କି ନାହିଁ ଜଣେ ପୋଲିସ କର୍ମଚାରୀ ତାଙ୍କୁ ହଠାତ ଏକ ଶକ୍ତ ଚାପୁଡା ମାରିଥିଲେ ଏବଂ ତାଙ୍କ ସ୍ବାମୀଙ୍କ ବିଷୟରେ ପଚାରିଥିଲେ । ଏହାପରେ ତାଙ୍କୁ ଓ ସେଠାରେ ଉପସ୍ଥିତ ଥିବା ତାଙ୍କ ନଣନ୍ଦ ଅର୍ଥାତ ଅଭିଯୁକ୍ତଙ୍କ ଭଉଣୀକୁ ଗୋଇଠା ମାରିଥିଲେ ଏବଂ ପର ମୁହୂର୍ତ୍ତରେ ଥାନାକୁ ଟାଣି ଟାଣି ନେଇଥିଲେ । ଥାନାକୁ ଯିବା ବାଟରେ ମଧ୍ୟ ଚଳନ୍ତା ଭ୍ୟାନରେ ପୋଲିସ ଅକଥନୀୟ ଅତ୍ୟାଚାର କରିଥିଲେ । ପରେ ଯୁବତୀ ଜଣକ ଯେତେବେଳେ ଘରକୁ ଫେରିଥିଲେ, ପୋଲିସର ଅତ୍ୟାଚାର ଓ ନିନ୍ଦା ଯୋଗୁଁ ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.