ETV Bharat / bharat

ବିମାନ ସେବା ଆରମ୍ଭ ପରେ 2,198 ବିମାନରେ 1.65 ଲକ୍ଷରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ଯାତ୍ରା - ବିମାନ ସେବା

କୋରୋନା ଭାଇରସ ଦ୍ବାରା ଲକଡାଉନ୍ ମଧ୍ୟରେ ସୋମବାର ଠାରୁ ଘରୋଇ ସେବା ଆରମ୍ଭ ପରେ ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ 1.65 ଲକ୍ଷରୁ ଅଧିକ ଲୋକ 2,198 ବିମାନରେ ଯାତ୍ରା କରିଛନ୍ତି ।

Resumption Of Services
ବିମାନ ସେବା ଆରମ୍ଭ ପରେ 2,198 ବିମାନରେ 1.65 ଲକ୍ଷରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ଯାତ୍ରା
author img

By

Published : May 29, 2020, 11:32 PM IST

ନୂଆଦିଲ୍ଲୀ: ସାରା ଦେଶରେ ଲକଡାଉନର ଚତୁର୍ଥ ଚରଣ ଜାରି ରହିଛି । କୋରୋନା ଭାଇରସ୍ ଦ୍ବାରା ଲକଡାଉନ୍ ମଧ୍ୟରେ ସୋମବାର ଠାରୁ ଘରୋଇ ସେବା ଆରମ୍ଭ ପରେ ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ 1.65 ଲକ୍ଷରୁ ଅଧିକ ଲୋକ 2,198 ବିମାନରେ ଯାତ୍ରା କରିଛନ୍ତି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ବିମାନ ଚଳାଚଳ ନିଷ୍ପତ୍ତି ପରେ ବିମାନବନ୍ଦର ଗୁଡିକ ସୁରୁଖୁରୁରେ କାର୍ଯ୍ୟ ଜାରି ରଖିଛି । ଏପର୍ଯ୍ୟନ୍ତ, ସାତୋଟି ଭିନ୍ନ ଭିନ୍ନ ବିମାନରେ 16 ଜଣ କୋରୋନା ଲକ୍ଷଣଯୁକ୍ତ ଯାତ୍ରୀ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ଅବତରଣ କରିବା ପରେ କୋରୋନା ପଜିଟିଭ ରହିଛନ୍ତି ।

ଘରୋଇ ବିମାନ ପରିବହନକାରୀମାନେ ଶୁକ୍ରବାର ଅପରାହ୍ନ 5ଟା ପର୍ଯ୍ୟନ୍ତ ମୋଟ 2,198 ବିମାନ ଚଳାଚଳ କରିଛନ୍ତି । ସୋମବାର 428, ମଙ୍ଗଳବାର 445, ବୁଧବାର 460, ଗୁରୁବାର 494 ଏବଂ ଶୁକ୍ରବାର 371 ବିମାନ ଚଳାଚଳ କରିଛି ।

ବିମାନ ବନ୍ଦର ସୂତ୍ରରୁ ପ୍ରକାଶ ଯେ ପ୍ରି-ଲକଡାଉନ୍ ଅବଧିରେ ଭାରତୀୟ ବିମାନବନ୍ଦରଗୁଡିକ ଦୈନିକ ପ୍ରାୟ 3000 ଘରୋଇ ବିମାନ ଚଳାଚଳ କରୁଥିଲେ ।

କୋରୋନା ଭାଇରସ୍ ଲକଡାଉନ ହେତୁ ଦୁଇ ମାସର ବ୍ୟବଧାନ ପରେ ସୋମବାର ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଥିଲା । ଆନ୍ତର୍ଜାତୀୟ ଯାତ୍ରୀ ବିମାନ ଉଡ଼ାଣ ସ୍ଥଗିତ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.